ରଥଯାତ୍ରା ପ୍ରସ୍ତୁତି ପାଇଁ ପୁରୀ ଗଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି

ଭୁବନେଶ୍ୱର, ୨୨/୬ : ରଥଯାତ୍ରା ପାଇଁ ପଥ ପରିଷ୍କାର ହେବାର ସୂଚନା ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପୁରୀରେ ରଥଯାତ୍ରା କାର୍ଯ୍ୟ ତ୍ଵରାନ୍ଵିତ କରିବା ସହ ଆଇନ ଶୃଙ୍ଖଳାର ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦେଶ କ୍ରମେ ମୁଖ ଶାସନ ସଚିବ ଓ ପୋଲିସ ନିର୍ଦ୍ଦେଶକ ପୁରୀ ଗସ୍ତରେ ଯାଉଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବ ଟ୍ବିଟ କରି ସୂଚନା ଦେଇଛନ୍ତି ।