ନୂଆଦିଲ୍ଲୀ,୩୦/୮: କଂଗ୍ରେସ ଦଳରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦୀନ ଓଓ୍ୱେସୀ ପ୍ରତିକ୍ରିୟା ରଖିଛନ୍ତି । ସେ ଏକ ଅନଲାଇନ୍ ରାଲିକୁ ସମ୍ବୋଧିତ କରି ରାଜ୍ୟସଭାରେ ବିରୋଧି ଦଳ ନେତା ଗୁଲାମ ନବୀ ଆଜାଦଙ୍କ ଉପରେ ବର୍ଷିଛନ୍ତି । ଏହାସହ କଂଗ୍ରେସ ଛାଡିବା ପାଇଁ ସେ ଗୁଲାମନବୀଙ୍କୁ କହିଛନ୍ତି ।
ଓଓ୍ୱେସୀ କହିଛନ୍ତି ଯେ, ଗୁଲାମନବୀଙ୍କର ଯଦି ଆତ୍ମସମ୍ମାନ ଥାଏ ତେବେ ସେ ତୁରନ୍ତ ଦଳ ଛାଡନ୍ତୁ । ପୂର୍ବରୁ ଗୁଲାମନବୀ ଏଆଇଏମଆଇଏମକୁ ବିଜେପିର ବି ଟିମ୍ କହିଥିଲେ । ଏବେ ତାଙ୍କ ଦଳର ନେତା ତାଙ୍କୁ ବିଜେପିର କାଠକଣ୍ଢେଇ କହୁଛନ୍ତି । କଂଗ୍ରେସର ବୈଠକରେ ଗୁଲାମନବୀଙ୍କୁ ପଚରାଯାଇଥିଲା ଯେ, ଜମ୍ମୁ-କାଶ୍ମୀରର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନଜରବନ୍ଦୀ କରି ରଖାଯାଇଛି । ଆପଣଙ୍କୁ କାହିଁକି ନୁହେଁ । ଏହାସହ ସେ ଗୁଲାମନବୀଙ୍କୁ କଂଗ୍ରେସ ଛାଡିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।