ଜାତୀୟ ରାଜପଥରେ ଓଲଟିଲା ଗୋରୁ ବୋଝେଇ ପିକ ଅପ ଭ୍ୟାନ୍‌: ୯ ଗୋରୁ ମୃତ, ୭ ଆହତ

ଭୁବନେଶ୍ୱର, ୮/୧୦ : ବିଭିନ୍ନ କଟକଣା ସତ୍ୱେ ରାଜ୍ୟରେ ବେଆଇନ ଗୋରୁ ଚାଲାଣ ବୃଦ୍ଧି ପାଉଛି । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲାରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ପିକ ଅପ ଭ୍ୟାନ୍ ୧୬ ନମ୍ବର ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ ଓଲଟିପଡ଼ିଛି । ଏଥିରେ ୯ଟି ଗୋରୁ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଗୋରୁ ଆହତ ହୋଇଛନ୍ତି । ଭ୍ୟାନଟି ସଂପୂର୍ଣ୍ଣ ଭାଙ୍ଗିଯାଇଛି । ସୂଚନା ପାଇଁ ପଶୁଡାକ୍ତର ଓ ଭଦ୍ରକ ଗ୍ରାମାଂଚଳ ପୋଲିସ ଘଟଣାସ୍ଥଳକୁ ପହଂଚିଛନ୍ତି । ତେବେ ପୋଲିସ ପହଂଚିବା ପୂର୍ବରୁ ଭ୍ୟାନର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।