ମହାକାଳପଡ଼ା, ୦୩/୦୯ : ମହାକାଳପଡ଼ା ତହସିଲ ଅଧୀନ କେୟାର ବାଙ୍କ ରାଜସ୍ବ ସର୍କଲ ଅନ୍ତର୍ଗତ ମହାକାଳପଡ଼ା, ଶିଖର, ଚଡ଼ାଇଗୁଆଁ, ଗୋପାଳପୁର, ଗୌଡ଼ବାଡ଼ ପୁର ଓ ଗହ୍ମା ଗାଁ ର ଶତାଧିକ ଚାଷୀ ଚାଷ ଜମିରୁ ଜଳ ନିଷ୍କାସନ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ରେଜିଷ୍ଟ୍ରି ଡାକ ଯୋଗେ ଅଭିଯୋଗ କରିଛନ୍ତି ଲ ଗୌଡ଼ବାଡ଼ ପୁର ଗଡା ଠାରୁ ମଙ୍ଗଳ ପୁର ଗଡା ପର୍ଯ୍ୟନ୍ତ ହେକ୍ଟର ହେକ୍ଟର ଚାଷ ଜମି ରେ ତିନି ମାସ ହେବ ଉଦବୃତ୍ତ ବର୍ଷା ଯୋଗୁ ଜଳ ମଗ୍ନ ହୋଇରହିଛି l ଯାହା ଫଳରେ ଚାଷୀ ଯେତେ ଉଚ୍ଚା ଜମିରେ ତଳି ପକାଇଥିଲେ ବି ବର୍ଷା ଯୋଗୁ ତଳି ଜମି ବୁଡି ରହିଛି l ଏକାଧିକ ବାର ତଳି ପକାଇ ଖର୍ଚ୍ଚାନ୍ତ ହେବା ପରେ ଚାଷୀ ବାହାରୁ ତଳି କିଣି ପଡିଆ ଜମି ଉଠିଆ କରିବାକୁ ଚାହୁଁଥିବା ବେଳେ ଉଦବୃତ୍ତ ବର୍ଷା ଜଳ ବାଧକ ସାଜିଛି l ଜଳ ନିଷ୍କାସନ ନିମନ୍ତେ ସାମୁହିକ ଭାବେ ଚାଷୀ ଜଳ ନିକାଶ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କରିବାର ୨୫ଦିନ ବିତିଯାଇଥିଲେ ସୁଦ୍ଧା ଏଯାବତ କୌଣସି ବ୍ୟବସ୍ଥା ହୋଇନଥିବାର ଚାଷୀ କହନ୍ତି l ସ୍ଥାନୀୟ ଚାଷୀଙ୍କ ଭାତ ହାଣ୍ଡି କୁହାଯାଉଥିବା ଜମ୍ବୁ ମାର୍ଶାଘାଈ ଉପର କେନାଲ ବନ୍ଧ ରାସ୍ତା ଦକ୍ଷିଣ ପାର୍ଶ୍ଵ ହେକ୍ଟର ହେକ୍ଟର ଚାଷ ଜମି ରେ ଧାନ ରୁଆ ସମୟ ଗଡି ଯାଉଥିବାରୁ ଚାଷୀ ବ୍ୟଗ୍ର ହେଉଛନ୍ତି l ମଙ୍ଗଳ ପୁର ଗାଁ ସୀମାରେ ଥିବା ଡ଼ାଳୁଆ ଯୋର ମୁହଁ ରେ ଉପଯୁକ୍ତ ଭାବେ ଜଳ ନିଷ୍କାସିତ ହେଉନଥିବାରୁ ସମସ୍ୟା ସୃଷ୍ଟି ହେଉଛି l ଡ୍ରେନେଜ ଯୋର ରେ ଜଳ ନିଷ୍କାସନ ପଥ ସୁଗମ କରାଇବାକୁ ଚାଷୀ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି l ଧାନ ବେଉଷଣ ରେ ସହାୟକ ନେଇ ସ୍ଥାନୀୟ ଚାଷୀ ମିଳିତ ଭାବେ ବୁଧବାର ରେଜିଷ୍ଟ୍ରି ଡାକ ଯୋଗେ ମୁଖ୍ୟ ମନ୍ତ୍ରୀ,ଜିଲ୍ଲା ପାଳ ତହସିଲଦାର ଓ ଜଳ ନିକାଶ ବିଭାଗ କୁ ଅଭିଯୋଗ ପତ୍ର ପ୍ରେରଣ କରିଛନ୍ତି l ଚଳିତ ଅଭିଯୋଗ ର ନିଷ୍ଫଳ ହେଲେ ଚାଷୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି l