ଭୁବନେଶ୍ଵର,୯ /୧୧ : ଆସନ୍ତକାଲି ରାଜ୍ୟର ଦୁଇ ବିଧାନସଭା ଆସନ ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ହେବ। ଏଥିପାଇଁ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି ଯେ, ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ବାଲେଶ୍ୱର ସଦର ପାଇଁ ବାଲେଶ୍ୱର କଲେକ୍ଟରେଟ୍ ଓ ତିର୍ତ୍ତୋଲ ପାଇଁ ଜଗତସିଂହପୁରରେ ଏସଭଏମ୍ କଲେଜରେ ଭୋଟ ଗଣନା ହେବ।
ତେବେ ବାଲେଶ୍ଵର ଓ ତିର୍ତ୍ତୋଲରେ କୋଭିଡ ନିୟମ ଅନୁସାରେ ଭୋଟ ଗଣତି ହେବ। ଗଣତି ସମୟରେ ଗୋଟିଏ ରୁମରେ ୧୪ ଟେବୁଲ ରଖାଯାଉଥିଲା ତେବେ କରୋନା ସମୟରେ ଗହଳି କାମଇବା ପାଇଁ ଚଳିତ ଥର ୧୪ ବଦଳରେ ୭ ଟେବୁଲ ରହିଛି। ସେହିଭଳି ୩ଟି କାଉଣ୍ଟିଂ ହଲ୍ ରହିଥିବା ବେଳେ ୬୭ ଆରଓ ଓ ଏଆରଓଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ଵର ପାଇଁ ୩ଟି ଏଆରଓ ଓ ତିର୍ତ୍ତୋଲ ପାଇଁ ୨ଟି ଏଆରଓ ରହିଛି ।