କିଏ ହେବେ ନୂଆ କଂସ ମହାରାଜ : ଆଜି ୪୪ କଳାକାରଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର, ୨୭/୧୧ : ବଛା ହେବେ ନୂଆ କଂସ ମହାରାଜ! କିଏ ପିନ୍ଧିବେ କଂସଙ୍କ ମୁକୁଟ? କାହା ଅଭିନୟରେ ଥରିବ ମଥୁରା ନଗରୀ? ଆଜି ୪୪ ଜଣ କଳାକାରଙ୍କ ଭାଗ୍ୟ ପରୀକ୍ଷା। ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ନୂଆ କଂସ କଳାକାର ଚୟନ ନିମନ୍ତେ ଆଜି ଅଡିସନ୍ ଅନୁଷ୍ଠିତ ହେବ।