କଟକ, ୧୧/୧୧ : ଆଜି କଟକ ସ୍ଥିତ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ ବା ITATର ଅତ୍ୟାଧୁନିକ କାର୍ଯ୍ୟାଳୟ ଓ ଆବାସିକ ପରିସରକୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଆଇନ ମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ମୁଖ୍ୟମନ୍ତ୍ରୀ, ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ତଥା ବିଚାରପତିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।
ଏହି ଅବସରରେ ITAT ଉପରେ ଏକ ଇ-କଫି ଟେବୁଲ ବୁକ ମଧ୍ୟ ପ୍ରକାଶ ପାଇବ । ଆୟକର ଅପିଲ ଟ୍ରିବ୍ୟୁନାଲ, ଯାହା ITAT ଭାବରେ ମଧ୍ୟ ଜଣାଶୁଣା, ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବିଧି ସଂସ୍ଥା ଅଟେ । ଏହାର ଆଦେଶଗୁଡିକ ଚୂଡ଼ାନ୍ତ ଭାବରେ ଗ୍ରହଣ କରାଯାଇଥାଏ । ବର୍ତ୍ତମାନ ଏହାର ନେତୃତ୍ବ ନେବେ ପୁର୍ବତନ ବିଚାରପତି ଜଷ୍ଟିସ୍ ପିପି ଭଟ୍ଟ, ITAT ପ୍ରଥମ ଟ୍ରିବ୍ୟୁନାଲ ଥିଲା ଯାହାକି ଜାନୁଆରୀ ୨୫, ୧୯୪୧ ରେ ସୃଷ୍ଟି ହୋଇଥିଲା ଏବଂ ଏହା ‘ମଦର ଟ୍ରିବ୍ୟୁନାଲ୍’ ଭାବରେ ମଧ୍ୟ ଜଣାଶୁଣା । ୧୯୪୧ ମସିହାରେ ତିନୋଟି ବେଞ୍ଚରୁ ଆରମ୍ଭ କରି ଦିଲ୍ଲୀ, ବମ୍ବେ ଏବଂ କଲିକତାରେ ଏହା ବର୍ତ୍ତମାନ 63 ଟି ବେଞ୍ଚକୁ ବୃଦ୍ଧି ପାଇଛି ଏବଂ ଦୁଇଟି ସର୍କିଟ ବେଞ୍ଚ ଭାରତର ତିରିଶ ସହରରେ ବ୍ୟାପିଛି ।