ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ପଂଚାୟତର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଗୃହ ପ୍ରଦାନ ଦୁର୍ନୀତିର ଗୁମର ଫିଟିବାରେ ଲାଗିଛି l ପଂଚାୟତରେ କାର୍ଯ୍ୟରତ ମହିଳା ସରପଞ୍ଚ ତଥା ପୂର୍ବତନ ସମିତି ସଭ୍ୟଙ୍କ ପତ୍ନୀ ସରକାରୀ ଦଳୀୟ ସମର୍ଥନରେ ନିର୍ବାଚିତ ହୋଇଥିବାରୁ ସରକାରୀ ନିୟମ ବାହାରେ ପିଏମୱାଇ ଗୃହ ପ୍ରଦାନ କରୁଛନ୍ତି l ଏପରିକି ସରକାରୀ ଗାଇଡ଼ ଲାଇନକୁ ଫୁ କରି ନିଜର ପୁଅ ଓ ଜନ୍ମ କଲା ମା ଙ୍କୁ ନିର୍ଦ୍ବନ୍ଦରେ ପିଏମୱାଇ ପ୍ରଦାନ କରିଛନ୍ତି l ପୁଅ ଇନ୍ଦ୍ରଜିତ ମଣ୍ଡଳ ଙ୍କୁ 23 /10/2019 ଓ ମା ରାଧାରାଣୀ ମଣ୍ଡଳ ଙ୍କୁ 06/09/2019 ପିଏମୱାଇ ଗୃହ ମଂଜୁର କରାଇଛନ୍ତି l ମାତ୍ର ସ୍ଥାୟୀ ପକ୍କା ବାସ ଗୃହ ଶୂନ୍ୟ,ସରକାରୀ ଚାକିରିଆ ହୋଇନଥିବେ ଆର୍ଥୀକ ଆସ୍ୱଚ୍ଛଳ ବର୍ଗ ପରିବାର ର ପିଏମୱାଇ ଅଗ୍ରାଧିକାର ତାଲିକା ଭୁକ୍ତ ହିତାଧିକାରୀଙ୍କୁ ଗୃହ ପ୍ରଦାନ ପାଇଁ ଵିଧି ରହିଛି l କିନ୍ତୁ ଖୋଦ ଜମ୍ବୁ ମହିଳା ସରପଞ୍ଚ ଙ୍କପରିବାର ଓ ବାପଘର ପରିବାରର ଦ୍ବିତଳ ପକ୍କା ପ୍ରାସାଦ ରହିଥିବା ସ୍ଥଳେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଏମୱାଇ ଗୃହ ମଂଜୁର କରାଇବା ପଛରେ ସରକାରୀ ଦଳୀୟପ୍ରୀତି ଗନ୍ଧ ବାରିହେଉଛି l
ସରକାରୀ ଗାଇଡ଼ ଲାଇନକୁ ଫୁ କରି ପିଏମୱାଇ ଗୃହ ଯୋଗାଇ ଦିଆଯାଇଥିବା ବେଳେ ଦୁଇ ହିତାଧିକାରୀ ବାସ ଗୃହ ପରିବର୍ତ୍ତେ ପୃଥକ ଭାବେ ଗୋଦାମ ବା ଦୋକାନ ଗୃହ ନିର୍ମାଣ କରିଥିବାର ଜଣାପଡିଛି l ସମ୍ପୃକ୍ତ ପଂଚାୟତ ରେ ଅନେକ ପକ୍କା ବାସ ଗୃହ ଶୂନ୍ୟ ପରିବାରକୁ ପିଏମୱାଇ ଗୃହ ପ୍ରଦାନ ପାଇଁ ସରପଞ୍ଚ ଙ୍କ ସମ୍ପର୍କୀୟ ମାନେ ଲାଞ୍ଚ ନପାଇଲେ ବିଭିନ୍ନ ଆଳ ଦେଖାଇ ନାମ ବାଦ କରୁଛନ୍ତି l ବାଦ ପଡୁଥିବା ହିତାଧିକାରୀ ମାନେ ନିଜ ଦଳର ହେଉ ବା ବିରୋଧୀ ହୋଇଥାଉ ଯାଆସ ନାହିଁ l ଏ ଦୁର୍ନୀତି ବିଷୟରେ ଗ୍ରାମାଞ୍ଚଳ ଗୃହ ନିର୍ମାଣ କାର୍ଯ୍ୟ ତଦାରଖା କରୁଥିବା ଅlଡିସନାଲ ବିଡ଼ିଓ ଙ୍କୁ ଅବଗତ କରାଇଥିଲେବି ବିଜେଡି ଭୟରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାର ଜଣାପଡିଛି l ଆଗାମୀଦିନରେ ପ୍ରଶାସନ ସରକାରୀ ଦଳୀୟ ସରପଞ୍ଚ ଥିବା ପଂଚାୟତ ଗୁଡିକରେ ପିଏମୱାଇ ଦୁର୍ନୀତି ର ପରଦା ଫାକ୍ସ ନକଲେ ହିତାଧିକାରୀ ମାନେ ମିଳିତ ଭାବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କୁହନ୍ତି l