ଲାଞ୍ଚୁଆ ତହସିଲଦାର ଗିରଫ

ବାଲିଗୁଡ଼ା: ଭିଜିଲାନ୍ସ ଜାଲରେ ଫସିଲେ ବାଲିଗୁଡ଼ା ତହସିଲଦାର । ଲାଞ୍ଚ ନେବା ଅଭିଯୋଗରେ ପୁଲିସ ଗିରଫ କରିଛି । ସୂଚନାଥାଉ କି, ବାଲିଗୁଡ଼ା ତହସିଲଦାର ଚକ୍ରଧର ପାଢ଼ୀ ଜବତ ଟ୍ରାକ୍ଟର ଛାଡ଼ିଦେବା ପାଇଁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ଖବର ଫୁଲବାଣୀ ଭିଜିଲାନ୍ସ ପାଇବା ପରେ ତହସିଲଦାର ଶ୍ରୀ ପାଢ଼ୀଙ୍କୁ ବାଲିଗୁଡ଼ା ସରକାରୀ ବାସଭବନରୁ ଗିରଫ କରିଥିଲା । ଏହି ଘଟଣାର ପୁଲିସ ତଦନ୍ତ ଜାରି ରଖିଛି ।