ଅବସର ପ୍ରାପ୍ତ ଶିକ୍ଷକ ସୁନାକର ନାୟକଙ୍କ ଦେହାନ୍ତ

ମହାକାଳପଡ଼ା,୨/୫: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ସଦର ମହାକାଳପଡ଼ା ପଂଚାୟତ ଯୁଗରୁପା ବିଦ୍ୟାଭବନ, ଚଡାଇଗୁଆଁ ର ସଂସ୍କୃତ ଶିକ୍ଷକ ସୁନାକର ନାୟକଙ୍କ ଆଜି ଦେହାନ୍ତ ହୋଇଛି l ଦୀର୍ଘ ଦିନ ଧରି ଶିକ୍ଷକତା କରି ଅବସର ଗ୍ରହଣ କରିବା ପରେ ସ୍ଥାନୀୟ ଅଂଚଳରେ ରହିଆସୁଥିଲେ l ତାଙ୍କର ଚାକିରୀ କାଳ ମଧ୍ୟରେ ସେ ଜଣେ ମିଷ୍ଟ ଭାଷି, ସ୍ପଷ୍ଟ ବାଦୀ, ପରୋପକାରୀ, ଧାର୍ମିକ ଓ ଛାତ୍ର ବତ୍ସଳ ଶିକ୍ଷକ ଥିଲେ l ଏତଦ ବ୍ୟତୀତ ଜୀବନକାଳ ମଧ୍ୟରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଯାଜକ ଭାବେ ମହାକାଳପଡ଼ା ବ୍ଲକ ସଙ୍ଘ କାହିଁକି କେନ୍ଦ୍ରାପଡା ଜିଲ୍ଲା ସଙ୍ଘରେ ଜଣା ଶୁଣା ଥିଲେ l ଚଳିତ ମାସ ୨୪ ତାରିଖ ଦିନ ହଠାତ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ପ୍ରଥମେ ମହାକାଳପଡ଼ା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱର ସମ ହସ୍ପିଟାଲରେ ଆଡ଼ମିସନ କରାଇଥିଲେ l ମାତ୍ର ବିଧିର ବିଡମ୍ବନା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି l ତାଙ୍କର ମୃତ୍ୟୁରେ ଛାତ୍ର ଛାତ୍ରୀ, ସାଥି ଶିକ୍ଷକ, ଗୁରୁଭାଇ ଓ ପରିବାର ଲୋକେ ଦୁଃଖ ପ୍ରକାଶ କରିଛନ୍ତି l