ନୂଆଦିଲ୍ଲୀ, ୮ /୫ : ଆସାମର ୧୨୬ ସସସ୍ୟ ବିଶିଷ୍ଟ ବିଧାନସଭାର ନିର୍ବଚନୀ ଫଳାଫଳ ଆସିବା ପରେ ବି ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ନିର୍ଦ୍ଧାରଣ ହୋଇପାରି ନାହିଁ । ଏହାରି ଉପରେ ନିଷ୍ପତ୍ତି ନେବା ପାଇଁ ଆଜି ଆସାମର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଓ ହେମନ୍ତ ବିଶ୍ୱସର୍ମା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପୂର୍ବାହ୍ନ ସାଢ଼େ ୧୦ଟାରେ ଭେଟିବେ ।
ବିଜେପି କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ପଦ ଉପରେ ନାମ ନିର୍ଦ୍ଧାରଣ କରିବାକୁ ଏହି ୨ ନେତାଙ୍କୁ ଶୁକ୍ରବାର ଦିଲ୍ଲୀ ଡାକିଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶନିବାର ହେବାକୁ ଥିବା ପ୍ରସ୍ତାବିତ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସାଧାରଣ ସଂପାଦକ ବିଏଲ ସନ୍ତୋଷଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିବେ ।