ନୂଆଦିଲ୍ଲୀ: ବାରମ୍ବାର ରୂପ ବଦଳାଉଛି ମହାମାରୀ କରୋନା। ଏବେ କରୋନା ଭୂତାଣୁ ପୁଣି ଥରେ ରୂପ ବଦଳାଇଛି। ଏହାର ନାମ ଡେଲ୍ଟା ପ୍ଲସ୍ ବା AY1 ନାମ ରଖାଯାଇଛି। ଏହା କରୋନାର ଡେଲ୍ଟା ଭ୍ୟାରିଆଣ୍ଟରୁ ଜନ୍ମ ନେଇଛି। ଏହା ଅଧିକ ସଂକ୍ରାମକ। ତେବେ କରୋନାର ଏହି ନୂଆ ମ୍ୟୁଟାଣ୍ଟ କେତେ ଘାତକ ହେବ ସେନେଇ ଏବେ ଚିନ୍ତା ବଢିଛି।
ଦିଲ୍ଲୀ ସ୍ଥିତ ସିଏସ୍ଆଇଆରଜିନୋମିକି ଏବଂ ଆଇଜିଆଇବିର ବୈଜ୍ଞାନିକ ବିନୋଦ ସ୍କାରିୟା ଟ୍ଵିଟ୍ କରି କହିଛନ୍ତି ଯେ, K417N ପରିବର୍ତ୍ତନ ହୋଇ B617.2 ରୂପରେ ପରିଣତ ହୋଇଛି। ଏହାକୁ AY1 ନାମ ଦିଆଯାଇଛି। ଏହି ପରିବର୍ତ୍ତନ ସାର୍ସ COB-2ର ସ୍ପାଇକ୍ ପ୍ରୋଟିନରୁ ହୋଇଛି। ଯାହାକି ଭୂତାଣୁକୁ ମାନବ କୋଶିକା ଭିତରକୁ ଯାଇ ସଂକ୍ରମିତ କରିବାରେ ସାହାଯ୍ୟ କରିବ। ତେବେ ଭାରତରେ K417N ଦ୍ଵାରା ସଂକ୍ରମିତ ମାମଲା କମ୍ ରହିଛି।