ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପସ୍ଥିତିରେ ଆପରେ ସାମିଲ ହେଲେ ପଞ୍ଜାବର ପୂର୍ବତନ ଆଇଜି

ଅମ୍ରିତସର,୨୧/୬ : ପଞ୍ଜାବରେ ବିଧାନସଭା ନିର୍ବାଚନ ଆଗକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଏଭଳି ପଞ୍ଜାବ ଗସ୍ତକୁ ନେଇ ପଞ୍ଜାବ ରାଜନୀତି ସରଗରମ ହୋଇଛି। ଏ ମଧ୍ୟରେ ପଞ୍ଜାବର ପୂର୍ବତନ ପୁଲିସ ଇନ୍ସପେକ୍ଟର ଜେନେରାଲ୍ (ଆଇଜି) କୁଅଁର ବିଜୟ ପ୍ରତାପ ଅମୃତସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଦଳର ରାଜ୍ୟ ମୁଖ୍ୟ ଭଗବନ୍ତ ମନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଆପରେ ଯୋଗ ଦେଇଛନ୍ତି।

ଏହି ଅବସରରେ ଆପର ପଞ୍ଜାବ ବ୍ୟାପାର ଇନଚାର୍ଜ ରାଘବ ଚଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ଆପରେ ଯୋଗଦେବା ପରେ ପ୍ରତାପ କହିଛନ୍ତି ଯେ, “ବର୍ତ୍ତମାନ ଆମେ ପବିତ୍ର ସହରରୁ ଏକ ବିପ୍ଳବ ଆରମ୍ଭ କରିବାକୁ ଯାଉଛୁ। ଲୋକଙ୍କ ଶକ୍ତି ନିଶ୍ଚିତ ଲୋକଙ୍କ ପାଖକୁ ଯିବ | ଆମେ ନୂତନ ରାଜନୈତିକ କ୍ଷେତ୍ର ପ୍ରତିଷ୍ଠା କରିବାକୁ ଆସିଛୁ, ଯେଉଁଠାରେ ଆମେ ସଂସ୍କାର ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବୁ | ଯଦି ଲୋକଙ୍କୁ ନ୍ୟାୟ ନାହିଁ, ତେବେ ଏହା ବ୍ୟବସ୍ଥାରେ ବିଫଳତାର ସଙ୍କେତ ବୋଲି ସେ କହିଛନ୍ତି।