ନୂଆଦିଲ୍ଲୀ : ଦେଶରେ ତଳକୁ ଖସୁଛି କରୋନା ସଂକ୍ରମଣ । ଲକ୍ଷ ଲକ୍ଷ ଟ୍ରେଣ୍ଡ ପରେ ଏବେ କରୋନା ପାରା ୫୦ ହଜାର ତଳକୁ ଖସିବାରେ ଲାଗିଛି । ଏହାରି ଭିତରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୬୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୪୨,୬୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୧୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୪୬୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୯ଲକ୍ଷ ୭୭ ହଜାର ୮୬୧ରେ ପହଞ୍ଚିଛି । ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୯ ହଜାର ୩୦୨ ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୮୯ ଲକ୍ଷ ୨୬ ହଜାର ୦୩୮ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୬୨୫୨୧ ।