କୋଲକାତା ବଡ ବଜାରରେ ଅଗ୍ନିକାଣ୍ଡ

କୋଲକାତା: କୋଲକାତା ବଡ ବଜାରରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯିବାରୁ ସେଠାରେ ଲୋକଙ୍କ ମଧ୍ୟରେ ଧାଁ ଦୌଡ ଦେଖିବାକୁ ମଳିଛି । ଏହି ନିଆଁ ଏକ ରାଖୀ ଗୋଦାମରେ ଲାଗିଥିଲା । ନିଆଁ ଲାଗିବା ପରେ ୧୦ଟି ଦମକଳ ବାହିନୀ ୨ ଘଣ୍ଟା ଧରି ନିଆଁକୁ ଆୟତ୍ତ କରିବାକୁ ଅକ୍ଳାନ୍ତ ପରିଶ୍ରମ କରିଥିଲା । ତେବେ ଆଶ୍ୱସ୍ତିର ବିଷୟ କି ନିଆଁ ଲାଗିଥିବା ଗୋଦାମ ନିକଟରେ ଅନେକ ରାସାୟନିକ ଗୋଦାମ ରହିଥିଲା । ଯଦି ନିଆଁ ସେହି ରାସାୟନ ଗୋଦାମରେ ଲାଗିଥାନ୍ତା ତେବେ ସ୍ଥିତି ଅଣାୟତ ହୋଇଯାଇଥାନ୍ତା । ତେବେ ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ ।

ସେହିପରି ସେଣ୍ଟ୍ରାଲ କୋଲକାତାର ବୁରାବଜାର ଅଞ୍ଚଳରେ ସୋମବାର ସଂଧ୍ୟାରେ ଏକ ପ୍ଲାଷ୍ଟିକ ଗୋଦାମରେ ମଧ୍ୟ ନିଆଁ ଲାଗିଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ନାହିଁ । ସମୟ ଥାଇ ଅଗ୍ନିଶମ ବାହିନୀ ସେହି କୋଠାରୁ ଲୋକଙ୍କୁ ବାହାର କରି ଦେଇଥିଲେ ।