କରୋନାର ତୃତୀୟ ଲହର ପିଲାଙ୍କ ପାଇଁ ବିପଦ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଭୟ କରିଛନ୍ତି ଏବଂ ଏହି ଲହରରେ ପିଲାମାନେ ଅଧିକ ବିପଦରେ ଅଛନ୍ତି ବୋଲି କୁହାଯାଉଛି । ଏହାକୁ ଧ୍ୟାନରେ ରଖି ଟିକା ଉତ୍ପାଦନକାରୀ କମ୍ପାନୀ ପିଲାମାନଙ୍କ ପାଇଁ ଟିକା ତିଆରି କରିବାରେ ବ୍ୟସ୍ତ ଅଛନ୍ତି । ଅନେକ କମ୍ପାନୀର ଟିକା ସେମାନଙ୍କର ପରୀକ୍ଷଣର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସୂଚନାନୁଯାୟୀ , ଦେଶରେ କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେଉଛି କିନ୍ତୁ ମହାମାରୀର ତୃତୀୟ ଲହର ଆଶଙ୍କା ରହିଛି । କୁହାଯାଏ ଯେ ଏହି ତୃତୀୟ ଲହର ଅକ୍ଟୋବର ମାସ ସୁଦ୍ଧା ଆସିପାରେ । ପିଲାମାନଙ୍କୁ ତୃତୀୟ ଲହରରେ ସୁରକ୍ଷିତ ରଖିବା ପାଇଁ ସରକାର ମାନେ ନିଜକୁ ପ୍ରସ୍ତୁତ କରିସାରିଛନ୍ତି । ଏକ ଟିଭି ଚ୍ୟାନେଲ ସହ ବାର୍ତ୍ତାଳାପରେ କହିଛନ୍ତି ଯେ କୋଭାକ୍ସିନ୍‌ର ଦ୍ୱିତୀୟ ଏବଂ ତୃତୀୟ ପରୀକ୍ଷା ସମାପ୍ତ ହେବା ପରେ ସେପ୍ଟେମ୍ବର ସୁଦ୍ଧା ଏହାର ତଥ୍ୟ ଉପଲବ୍ଧ ହେବ । ଏହା ପରେ ବୁଝାପଡୁଛି ଯେ, ଏହି ଟିକା ଆସନ୍ତା ମାସରେ ପିଲାମାନଙ୍କ ପାଇଁ ଅନୁମୋଦିତ ହେବ ।