କଟକ: ଆକାଶ ପାଠକଙ୍କୁ ହାଇକୋର୍ଟରୁ ସର୍ତ୍ତମୁଳକ ମିଳିଲା ଜାମିନ୍ । ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଆକାଶ ପାଠକ ଆଜି ହାଇକୋର୍ଟ ରୁ ସର୍ତ୍ତମୂଳକ ଜାମିନ ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ନଭେମ୍ବରରେ ଆକାଶ ପାଠକଙ୍କ ବାପା ଅଭୟ ପାଠକଙ୍କୁ ୨୭ ତାରିଖରେ ଗିରଫ କରାଯାଇଥିଲା ଦୀର୍ଘ ୬ ମାସପରେ ଅଭୟ ପାଠକ ଜେଲରୁ ମୁକୁଳିଥିଲେ । ହାଇର୍କୋଟ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ସହିତ ୨ ଲକ୍ଷ ଟଙ୍କା ୨ ଜଣ ଜାମିନଦାରଙ୍କ ବଦଳରେ ହାଇର୍କୋଟ ଜାମିନ୍ ପ୍ରଦାନ କରିଥିଲେ ।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଓ ଠକେଇ ଅଭିଯୋଗରେ ଆଇଏଫଏସ ଆଭୟ ପାଠକଙ୍କୁ ଗିରିଫ କରିଥିଲା ଭିଜିଲାନ୍ସ । ତଦନ୍ତର ଖୋଳତାଡ ପରେ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ମଧ୍ୟ ଧରାପଡିଥିଲେ । ପାଠକ ବାପା ପୁଅଙ୍କ ଲିଙ୍କ୍ ଅଭିଯୋଗରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଜେଲରୁ ମୁକୁଳି ସାରିଛନ୍ତି ।