ଭୁବନେଶ୍ୱର: ଆଜି ସିବିଏସ୍ଇ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଁ ଅନୁମୋଦିତ ସ୍କୁଲଗୁଡିକର ଅପରାହ୍ନ ୨ଟାରୁ ଏକାଦଶ ମାର୍କ ଅପଲୋଡ୍ କରିବେ । କରୋନା କଟକଣା ଯୋଗୁ ଅଧିକାଂଶ ସ୍କୁଲ କର୍ତ୍ତୃପକ୍ଷ ଠିକ୍ ଭାବେ ଦଶମ ପିଲାଙ୍କ ତଥ୍ୟ ଯାଞ୍ଚ କରିପାରିନାହାନ୍ତି । ତେଣୁ ଯାଞ୍ଚର ଶେଷ ତାରିଖକୁ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ଯାହା ଚଳିତ ମାସ ୨୮ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ. ସାନ୍ୟମ ଭରଦ୍ୱାଜ ସୂଚନା ଦେଇଛନ୍ତି । ପୂର୍ବରୁ ଅପଲୋଡ୍ କରିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରୋଲ୍ ନମ୍ବର, ବୋର୍ଡର ନାମ, ପାସ୍ କରିବା ବର୍ଷ ଯାଞ୍ଚ କରିବା ଶେଷ ଦିବସ ୨୪ ତାରିଖ ଥିଲା । ମାତ୍ର ଏନେଇ ସେ ଅନୁମୋଦିତ ସ୍କୁଲଗୁଡିକର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି ।
ସୂଚନାନୁଯାୟୀ , ମାଟ୍ରିକ୍, ଏକାଦଶ ଓ ଦ୍ୱାଦଶର ବିଭିନ୍ନ ଇଣ୍ଟରନାଲ୍ ଆସେସମେଣ୍ଟ୍ରୁ ୩୦-୩୦-୪୦ ଅନୁପାତ ଆଧାରରେ ମାର୍କ ପ୍ରଦାନ କରିବା ଲାଗି ବିଶେଷଜ୍ଞ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି ।