ନେପାଳରେ ପ୍ରାକୃତିକ ଦୁର୍ବିପାକ: ୩୮ ମୃତ
କାଠମାଣ୍ଡୁ : ନେପାଳରେ ବନ୍ୟା ଏବଂ ଭୂସ୍ଖଳନ ହୋଇ ୩୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ନେପାଳରେ ବନ୍ୟା ବିଭୀଷିକା ସୃଷ୍ଟି ହୋଇଛି। ଏଥିରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି।
ଦେଶର ବିଭିନ୍ନ ଅଂଚଳରୁ ୧୨୫୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ମୋଟ୍ ୭୯୦ ଘର ଜଳମଗ୍ନ ହୋଇଯାଇଛି। ବନ୍ୟା ଏବଂ ଭୂସ୍ଫଳନ ପାଇଁ ୧୯ ବ୍ରିଜ୍ ନଷ୍ଟ ହୋଇଛି। ନେପାଳ ସେନା, ପୁଲିସ ଏବଂ ସେନା ପୁଲିସ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।