ମହୁର

ସାମଗ୍ରୀ- କଞ୍ଚା କଦଳୀ କଟା- ୧ କପ, ଖମ୍ବ ଆଳୁ କଟା- ୧ କପ, ବୋଇତାଳୁ କଟା- ୧ କପ, ଝୁଡୁଙ୍ଗ କଟା- ୧ କପ, ପୋଟଳ କଟା-୧ କପ, ମୂଳା କଟା- ୧ କପ, କାଙ୍କଡ କଟା-୧ କପ, ଜିରା- ୧ ଛୋଟ ଚାମଚ, ଗୋଲମରିଚ- ୧ ଛୋଟ ଚାମଚ, ପାନ ମହୁରୀ- ୨ ଛୋଟ ଚାମଚ, ତେଜ ପତ୍ର- ୧ ଟି, ଭିଜା ବୁଟ-୧/୪ କପ, ବଡି- ୧/୪ କପ, ଗୁଡ- ୧ ଚାମଚ, ନଡିଆ କୋରା- ୧/୪ କପ, ଶୁଖିଲା ଲଙ୍କା- ୨ ଟି, ହଳଦୀ ଗୁଣ୍ଡ, ଲୁଣ- ସ୍ୱାଦ ଅନୁସାରେ, ହେଙ୍ଗୁ- ଟିକିଏ ।
ପ୍ରଣାଳୀ- ପ୍ରଥମେ ପରିବା ସବୁ ଧୋଇ ଭଲ ବାବେ କାଟି ରଖ;ୁ । ପରେ ପାନମଧୁରୀ, ଜିରା, ତେଜ ପତ୍ର ଓ ଗୋଲ ମରିଚକୁ ୩୦ ମିନିଟ ଭିଜାଇ ପେଷ୍ଟ କରିନିଅ;ୁ । ବଡି ଘିଅରେ ଭାଜି ରଖନ୍ତୁ । ଏବେ ପ୍ୟାନରେ ୧ ଚାମଚ ଘିଅ ଗରମ କରି ଜିରା ମିଶା ପେଷ୍ଟକୁ ପକାନ୍ତୁ । ଏଥିରେ ସ୍ୱାଦ ଅନୁସାରେ ହଳଦୀ ଓ ଲୁଣ ପକାଇ କଷ;ୁ । ଟିକିଏ କଷିି ସେଥିରେ ସବୁ ପରିବା ଓ ଭିଜା ବୁଟ ପକାଇ ଗୋଳାଇ ଦିଅନ୍ତୁ । ଏବେ କମ ପାଣି ଦେଇ ପରିବା ସିଝିବା ପାଇଁ ଢାଙ୍କି ଦିଅନ୍ତୁ। ୧୦ ମିନିଟ ପରେ ସେଥିରେ ଗୁଡ ଓ ନଡିଆ କୋରା କିଛି ଦେଇ ପୁଣି ୧୦ ମିନିଟ ଢାଙ୍କନ୍ତୁ । ଏବେ ବଡି ପକାଇ ଧୀରେ ଧୀରେ ମିଶାଇ ଛୁଙ୍କ ପାଇଁ ଓହ୍ଲାଇ ରଖନ୍ତୁ । ତଡକା ପ୍ୟାନରେ ଘିଅ ପକାଇ ଗରମ କରନ୍ତୁ । ଘିଅ ଗରମ ହେଲେ ସୋରିଷ ଓ ଲଙ୍କା ପକାଇ ଫୁଟା;ୁ । ସେଥିରେ ଟିକିଏ ହେଙ୍ଗୁ ପକାନ୍ତୁ । ଏବେ ପ୍ୟାନରେ ଛୁଙ୍କ ଦେଇ ଓହ୍ଲାଇ ନେଇ ଗରମ ଗରମ ପରସନ୍ତୁ ।

SBI_Festive_Digital Billboard