ପ୍ରଥମ ଫିଲ୍ମ ପାଇଁ ସଲମାନ ଖାନଙ୍କୁ ମିଳିଥିଲା କେତେ ଟଙ୍କା, ଆସନ୍ତୁ ଜାଣିବା …

ନୂଆଦିଲ୍ଲୀ ୩୧/୮ : ସୁପରଷ୍ଟାର ସଲମାନ ଖାନ ୧୯୮୮ ରେ ଫିଲ୍ମ ‘ବିୱି ହୋ ତୋ ଏସି’ ମାଧ୍ୟମରେ ତାଙ୍କର କ୍ୟାରିୟର୍ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ରେଖା, ଫାରୁକ୍ ଶେଖ ଏବଂ ବିନ୍ଦୁଙ୍କ ଭଳି ଷ୍ଟାରମାନେ ନଜର ଆସିଥିଲେ। ଫିଲ୍ମରେ ସଲମାନ ଫାରୁକ୍ ଶେଖଙ୍କ ଭାଇ ଭୂମିକାରେ ଅଭିନୟ କରିଥିଲେ। ପରେ ୧୯୮୯ ରେ, ସଲମାନ ସୁରଜ ବଡଜାତ୍ୟାଙ୍କ ଫିଲ୍ମ ‘ମେନେ ପ୍ୟାର କିୟା’ରେ ଅଭିନୟ କରିଥିଲେ ଏବଂ ଏହା ପରେ ସେ ଆଉ ପଛକୁ ଚାହିଁ ନଥିଲେ।

ଏହି ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହୋଇଥିଲା ଏବଂ ଏଠାରୁ ସଲମାନ ଖାନଙ୍କ କ୍ୟାରିୟର ଆଗକୁ ବଢିଥିଲା। ସୂଚନା ଅନୁଯାୟୀ, ସଲମାନ ଖାନ ତାଙ୍କର ପ୍ରଥମ ଫିଲ୍ମ ପାଇଁ ମାତ୍ର ୧୧ ହଜାର ଟଙ୍କା ପାଇଥିଲେ । ଆଜିର ସମୟରେ ଏତିକି ଟଙ୍କାରେ ଆପଣ ସ୍ମାର୍ଟଫୋନ୍ କିଣିବାକୁ ମଧ୍ୟ ସକ୍ଷମ ହେବେ ନାହିଁ ।

ସଲମାନ ଖାନ ନିଜେ ଏକ ଇଣ୍ଟରଭ୍ୟୁରେ ଏହା ପ୍ରକାଶ କରିଛନ୍ତି। ସେ ‘ବିବି ହୋ ତୋ ଏସି’ରେ ଏକ ଛୋଟ ଭୂମିକା ଗ୍ରହଣ କରିଥିଲେ ଯେଉଁଥିପାଇଁ ତାଙ୍କୁ ୧୧ ହଜାର ଟଙ୍କା ଦିଆଯାଇଥିଲା। ଏହା ତାଙ୍କର ପ୍ରଥମ ଦରମା ଥିଲା। ଅଭିନେତା ଏହି ଫିଲ୍ମର ସୁଟିଂ ପାଇଁ ନିଜର ଡ୍ରେସ୍ ପିନ୍ଧୁଥିଲେ। ଅର୍ଥାତ୍ ସେଟରେ ତାଙ୍କୁ କୌଣସି ଅଲଗା ଡ୍ରେସ୍ ଦିଆଯାଇନଥିଲା।