କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଟାଉନ ବଳରାମ ପୁର ଓ ତଳବାରଙ୍ଗ ଗ୍ରାମର ଉଦବୃତ୍ତ ଜଳ ମଧୁସାଗର ବାଟେ ଜଳଜମି ଦେଇ ଗୋବରୀ କେନାଲକୁ ନିଷ୍କାସିତ ହୋଇଥାଏ l କିନ୍ତୁ ଜଳ ନିଷ୍କାସିତ ପଥ ଅବରୋଧ ହେବାରୁ ଉଭୟ ଗ୍ରାମର ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଯାହାନେଇ ଉଭୟ ଗ୍ରାମର ଗ୍ରାମବାସୀ ପୁରୁଣା ଜଳ ନିଷ୍କାସନ ପଥ ଅବରୋଧ ହଟାଇ ପରିଷ୍କାର କରିବା ପାଇଁ ପୌର ପ୍ରଶାସନ ଓ ଜଳ ସେଚନ ବିଭାଗକୁ ଗୁହାରି କରିଥିଲେ l ମାତ୍ର ପ୍ରଶାସନ ଅବରୋଧ କାରୀଙ୍କୁ ହଟାଇ ଜଳପଥ ପରିଷ୍କାର କରାଇ ବା ଦିଗରେ ଜନସାଧାରଣ ଙ୍କୁ ସହାୟ ହେବାକୁ ନିଃସହାୟତା ପ୍ରକାଶ କରିଥିଲେ l ନିରାଶ ହୋଇ ଉଭୟ ଗାଁ ଲୋକେ ଚୁପ ବସିଥିବା ବେଳେ ଚଳିତ ଲଘୁ ଚାପ ବର୍ଷା ଜଳ ନିଷ୍କାସିତ ନହୋଇପାରିବାରୁ ଘର ବାହାର ପାଣି ବୁଡି ରହିଥିଲା l
ଏପରିକି ଉଭୟ ଗାଁରେ 200ରୁ ଅଧିକ ପରିବାର ଖଟଓ ଟେବୁଲ ଉପରେ ଦିନ ରାତି ବିତାଉଥିଲେ l ଏନେଇ ଉଭୟ ଗାଁ ଲୋକେ ମିଳିତ ଭାବେ ଜେସିବି ନେଇ ଅବରୋଧ ହଟାଇ ଜଳ ପଥ ପରିଷ୍କାର କରିବାରୁ ଜମି ଥିବା ଜଳ ସ୍ତର ହ୍ରାସ ପାଇଛି l ପଥ ଅବରୋଧ କାରି ମେଳି ଲୋକଙ୍କ ସହିତ କିଛି ସମୟ ଯୁକ୍ତି ତର୍କ କରିଥିଲେ l ଏପରିକି ଲୋକେ ଜଳସେଚନ ବିଭାଗୀୟ ଜମି ଜବରଦଖଲ ସମୟରୁ ଦଖଲ କାରୀଙ୍କୁ ବିରୋଧ କରୁଥିବା ବେଳେ ଜବର ଦଖଲ କାରି କିଛି ଶୁଣି ନଥିଲେ l ଏପରିକି ମୋର କେହିକିଛି କରିପାରିବେ ନାହିଁ ମୁଁ ସରକାରୀ ଦଳିୟା ଲୋକ କହନ୍ତି l ବାବୁ ଜଣକ ପୂର୍ବତନ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ହେତୁ ପ୍ରଶାସନ କୁ ଆଖିଦେଖାଉଛନ୍ତି l ଆଉ ପୋଲିସ କୁ ହାତବାରୀଶ କରି ଜବରଦଖଲ କାରି ପଥ ପରିଷ୍କାର କାରି ମାନଙ୍କ ନାମେ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ପୋଲିସ ତନା ଘନା କରି ବାରୁ ଗାଁ ଲୋକେ ମିଳିତ ଭାବେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି l