ଘରୋଇ ପୋଷା ବିଲେଇ ଲୋକଙ୍କ ପାଇଁ ବିପଜ୍ଜନକ

ନୂଆଦିଲ୍ଲୀ, ୨୧/୧୦ : କରୋନା ଭାଇରସ ପରେ ଏବେ ଘରୋଇ ପୋଷା ବିଲେଇ ମଣିଷଙ୍କ ଶତ୍ରୁ ପାଲଟିବାକୁ ଯାଉଛନ୍ତି। ସହରମାନଙ୍କ ଆଖପାଖ ଅଞ୍ଚଳରେ ରହୁଥିବା ଜଙ୍ଗଲୀ ଜନ୍ତୁଙ୍କ ମଧ୍ୟରେ ଏକ ପାରାସାଇଟ ଥିବାର ସମ୍ଭାବନା ରହିଛି। ଏହାଦ୍ୱାରା ଟକ୍ସୋପ୍ଲାଜୋମୋସିସ୍ ନାମକ ରୋଗ ହୋଇଥାଏ। ଘରୋଇ ବିଲେଇ ଏହି ପାରାସାଇଟକୁ ବିସ୍ତାର କରୁଛନ୍ତି। ଏହାକୁ ନେଇ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ ଘରୋଇ ବିଲେଇମାନେ ଟକ୍ସୋପ୍ଲାଜୋମୋସିସର ପାରାସାଇଟ ଟକ୍ସୋପ୍ଲାଜ୍ମା ଗୋଣ୍ଡି ନେଇ ବୁଲନ୍ତି। ଏହାଦ୍ୱାରା ସେମାନେ ଯେକୌଣସି ଉଷ୍ମ ରକ୍ତଜୀବୀ ବା ମଣିଷକୁ ସଂକ୍ରମିତ କରିପାରିବେ।

ମଣିଷମାନଙ୍କରେ ଟକ୍ସୋପ୍ଲାଜମା ଗୋଣ୍ଡିର ଯେଉଁ ସଂକ୍ରମଣ ପରିଲକ୍ଷିତ ହୋଇଛି ସେଥି ମଧ୍ୟରୁ ୩୦ ରୁ ୫୦ ପ୍ରତିଶତ ଅସ୍ୱାଭାବିକ। ଯଦି ମଣିଷ କିମ୍ବା ବନ୍ୟ ପ୍ରାଣୀଙ୍କର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ତେବେ ଏହି ପରଜୀବୀ କ୍ରନିକ ରୋଗ ସୃଷ୍ଟି କରେ। କେବଳ ଏତିକି ନୁହେଁ ଏହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ।