ଆଜିର ରାଶିଫଳ (ଶୁକ୍ରବାର)

ତା : ୨୨ / ୧୦ /୨୦୨୧

ମେଷ : ଭାଇ, ବନ୍ଧୁ, ପଡୋଶୀଙ୍କ ସହ ବୁଝାମଣା ଠିକ୍‌ ରହି ନ ପାରେ । ଅବଶ୍ୟ କର୍ମ କ୍ଷେତ୍ରର ପାରିପାଶ୍ୱିର୍କ ପରିସ୍ଥିତି ଭଲ ରହିବ । ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ । ବ୍ୟବସାୟୀରେ ଅର୍ଥ ହାନୀ ହେବ ।

ବୃଷ : ପାରିବାରିକ ଅସ୍ଥିରତା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ । ତଥାପି ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ନୂଆ ବ୍ୟବସାୟରେ କ୍ଷତି ହେବ ।

ମିଥୁନ : ନୂତନ କର୍ମାରମ୍ଭ ଫଳପ୍ରଦ ହେବ । ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ । ବନ୍ଧୁଙ୍କୁ ଆପଣାର କରିବେ ।

କର୍କଟ : ଆଜି ଆର୍ଥିକ ସ୍ଥିତି ଭଲ ରହିବ କିମ୍ବା ଅର୍ଥ ସମ୍ପର୍କୀୟ ସମସ୍ୟା ସୁଧୁରି ଯିବ । କର୍ମକ୍ଷେତ୍ରରେ ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ । ବ୍ୟବସାୟୀରେ ଅର୍ଥ ହାନୀ ହେବ ।

ସିଂହ : ସମସ୍ୟା ଅସିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଯୋଗୁ କାର୍ଯ୍ୟ ସାଧନାରେ ସମର୍ଥ ହେବେ । ବହୁତ ଅନୁସନ୍ଧାନ ପରେ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ । ମିତ୍ର ସହ କଟୁତା ହୋଇପାରେ ।

କନ୍ୟା : ବନ୍ଧୁଙ୍କ ସାହାର୍ଯ୍ୟ ଓ ସହ-ଯୋଗରୁ ଉତ୍ସାହିତ ହେବେ । କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି । କୌଣସି କାମ କରିବାରେ ପଛେଇବେ ନାହିଁ । କର୍ମଜୀବିମାନେ ଅର୍ଥ ହାନୀ ହେବ । ଗୃହିଣୀମାନେ ସୌଭାଗ୍ୟ ପ୍ରାପ୍ତି ହେବେ ।

ତୁଳା : ପ୍ରତ୍ୟେକ କାମରେ ସଫଳତା କାରଣରୁ ମାନସିକ ସ୍ଥିତି ଭଲ ରହିବ । ସାମୟିକ ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଯୋଗୁ କୌନସି କାମ ଉତ୍ସାହପ୍ରଦ ହେବ ନାହିଁ । ବ୍ୟବସାୟୀରେ ଲାଭ ହେବ ।

ବିଛା : ଚତୁର୍ଥାଧିପ ବୃହସ୍ପତିଙ୍କ ସଂଯୋଗ ଯୋଗୁ ପରିବାର ସମସ୍ୟା ଚିନ୍ତାକରି ଭାରାକ୍ରାନ୍ତ ହେବେ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ । ଧାରକରଜ କରି ଆବଶ୍ୟକତା ଚଳାଇ ନେବେ । ବ୍ୟବସାୟୀରେ ଧର୍ଯ୍ୟ ହାରା ହୋଇପାରନ୍ତି ।

ଧନୁ : କର୍ମକ୍ଷେତ୍ରରେ ଆଲୋଚନା ଫଳପ୍ରଦ ନ ହୋଇପାରେ । କଠୋର କଥା କହିବା କାରଣରୁ ସାମୟିକ କଳହ ଦେଖା ଦେଇପାରେ । ମିତ୍ର ସହ କଟୁତା ହୋଇପାରେ । କର୍ମଜୀବି କର୍ମଚଞ୍ଚଳ ରହିବେ ।

ମକର : ସାଧାରଣ କଥାକୁ କେନ୍ଦ୍ର କରି କଳହର ସମ୍ମୁଖୀନ ହୋଇପାରନ୍ତି । ଇଚ୍ଛା ନ ଥିଲେ ମଧ୍ୟ ଘରର କେତେକ ଅତ୍ୟାବଶ୍ୟକ ଜିନିଷ ଆଣିବାକୁ ବାଧ୍ୟ ହେବେ । ବଡ ଲୋକଙ୍କ କଥା ଶୁଣିବେ ନାହିଁ । ବ୍ୟବସାୟୀରେ ସ୍ୱାଭିମାନୀ ହେବେ ।

କୁମ୍ଭ : ଆଜି ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ପଡୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବନ୍ଧୁଙ୍କୁ ଆପଣାର କରିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ମୀନ : ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହେବେ । ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ । ଅର୍ଥାଭାବ କେତେକାଂଶରେ ଦୂରୀଭୂତ ହୋଇଯିବ । କାର୍ଯ୍ୟରେ ବ୍ୟସ୍ତ ରହିବେ । କର୍ମଜୀବିମାନେ ସମ୍ମାନିତ ହେବେ ।