କେନ୍ଦ୍ରାପଡା,୮/୧୧: କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଜଜ କୋର୍ଟ ପରିସରରେ ସୋମବାର ଦିନ ମହିଳା ଆଇନ ସଶକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଜାତୀୟ ମହିଳା କମିଶନ ଓ ଜାତୀୟ ଆଇନ ସେବା ପ୍ରାଧିକରଣ ର ମିଳିତ ଆନୁକୂଲ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ସୂଚନା ମତେ କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ସଚେତକ ଭାବେ କେନ୍ଦ୍ରାପଡ଼ା ନ୍ୟାୟାଳାୟର ନ୍ୟା୍ୟାଧୀଶ ମନେ ଯୋଗ ଦେଇଥିଲେ l ଆଜି କାଲି ଦୁନିଆରେ ମହିଳାଙ୍କ ଉପରେ ଦିନକୁ ଦିନ ବିଚ ବଜାରରେ ଅତ୍ୟାଚାର ବୃଦ୍ଧି ପାଉଛି l ଏପରିକି ନିରୀହ ମହିଳା ଙ୍କୁ ପରିବାର, ସ୍ୱାମୀ,ଶାଶୁ, ଶ୍ୱଶୁର, ନଣନ୍ଦ, ଦିଅର ଓ ସମାଜ ଦ୍ୱାରା ନିର୍ଯ୍ୟାତିତ ହେଉଥିବାର ନଜିର ରହିଛି l ଏଣୁ ଉପେକ୍ଷିତ ମହିଳା ମାନଙ୍କୁ ଆଇନ ଗତ ସଚେତନ କରାଇବାର ଆବଶ୍ୟକତା ନେଇ ଜାତୀୟ ମହିଳା କମିଶନର ଜାତୀୟ ଆଇନ ସେବା ପ୍ରାଧିକରଣର ସହାୟତା ଲୋଡ଼ିଥିବାର ଜଣାପଡିଛି l ଯାହାନେଇ କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସଂଗୀତl ପାଣିଙ୍କ ଉଦ୍ୟମରେ ମହିଳା ସଚେତନ ଶିବିରଆୟୋଜିତ ହୋଇଥିଲା l ଶିବିରରେ ଜିଲ୍ଲା ବିଚାରପତି ଗୋପାଳ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲା ବିଚାରପତି ଅଜୟ କୁମାର ପ୍ରଧାନ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଵିଵସ୍ୱତ ଗୌତମ ଦେୱାନୀ ଅଦାଲତର ରେଜିଷ୍ଟ୍ରାରର ପୁର୍ଣ୍ୟ ଶ୍ଳୋକ ରଥ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିବାର ଜଣାପଡିଛି l