ଆଜି ପବିତ୍ର ଅଁଳା ନବମୀ

ସାକ୍ଷୀଗୋପାଳ,୧୨/୧୧ : ଆଜି ପବିତ୍ର ଅଁଳା ନବମୀ। କୋଭିଡ୍‌ କଟକଣା ଯୋଗୁ ମନ୍ଦିରର ୨୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯିବ। ଶୁକ୍ରବାର ଭୋର ୪ଟାରୁ ରାତି ୧୧ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ।

ପ୍ରଶାସନିକ କଟକଣା ଫଳରେ ପ୍ରାୟ ଲକ୍ଷାଧିକ ଭକ୍ତ ଚଳିତ ବର୍ଷ ପ୍ରସିଦ୍ଧ ବୈଷ୍ଣବ ପୀଠ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ।ର ଦୁର୍ଲ୍ଲଭ ସୁଯୋଗ ପାଇପାରିବେ ନାହିଁ l ବର୍ଷକରେ କେବଳ ଅଁଳା ନବମୀ ତିଥିରେ ମାତ୍ର ଗୋଟିଏ ଦିନ ନିମନ୍ତେ ମା’ଙ୍କର ପାଦ ଦର୍ଶନର ସୁଯୋଗ ଭକ୍ତମାନେ ପାଇଥା’ନ୍ତି। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ସାକ୍ଷୀଗୋପାଳରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ସରକାରଙ୍କର କୋଭିଡ୍‌ କଟକଣା ଓ ପ୍ରଶାସନ ତରଫରୁ ମନ୍ଦିରର ୨୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ୧୪୪ ଧାରା ଜାରି ହୋଇଛି। ଫଳରେ ଭକ୍ତମାନଙ୍କ ସମାଗମ ବନ୍ଦ ରହିବ।