କଳମ ଶାଗ ବରା

ପ୍ରସ୍ତୁତି ସାମଗ୍ରୀ-୨ବିଡ଼ା କଳମ୍ବଶାଗ, ସିଝା ହୋଇଥିବା ଗୋଟିଏ ବଡ଼ ଆଳୁ, ୫୦ଗ୍ରାମ୍‌ ପୋସ୍ତ, ୨ଚାମଚ ବେସନ, ଗୋଟିଏ ବଡ଼ ପିଆଜ, ୪ଟି କଞ୍ଚାଲଙ୍କା, ଗୋଟେ ସିଝା ହୋଇଥିବା ଆଳୁ, ହଳଦି, ଛାଣିବା ପାଇଁ ତେଲ, ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ-ଶାଗକୁ ଧୋଇ ଚୂନା ଚୂନା କରି କାଟି ଦିଅନ୍ତୁ । ଏବେ ପିଆଜକୁ ଚୂନା ଚୂନା କରି କାଟ;ୁ । ଗୋଟେ ପାତ୍ରରେ କଟାଶାଗ ରଖି ଏଥିରେ ପିଆଜ ପକା;ୁ । ସିଝାଆଳୁକୁ ଚକଟି, କଞ୍ଚାଲଙ୍କାକୁ ଚୂନା ଚୂନା କାଟି ଏଥିରେ ପକାନ୍ତୁ । ବେସନ, ଲୁଣ ଓ ଗୁଣ୍ଡହଳଦି ପକାଇ ଗୋଳେଇ ଦିଅ;ୁ । ଗୋଟେ ଥାଳିରେ ପୋସ୍ତକୁ ଖେଳେଇ ରଖ;ୁ । କଳମ୍ବ ଶାଗର ଗୁଳାକୁ ବରା ଆକାରରେ କରି ପୋସ୍ତ ଉପରେ ଏପଟ ସେପଟ କର;ୁ। ଏବେ କଡ଼େଇରେ ତେଲ ଗରମ କରି ଏଗୁଡ଼ିକୁ ଛାଣି ଗରମ ଗରମ ପରଷନ୍ତୁ ।