ନୁଆଦିଲ୍ଲୀ: କ୍ରୁଜ ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ୍ କିଙ୍ଗ ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ମିଳିଛି କ୍ଲିନ୍ ଚିଟ୍। NCB ଚାର୍ଜସିଟରେ ଆର୍ଯ୍ୟନଙ୍କୁ କ୍ଲିନଚିଟ । ଏନଡିପିଏସ କୋର୍ଟରେ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରି(ଏନସିବି) ଆର୍ଯ୍ୟାନ୍ ଖାନ୍ଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବାକୁ ଯାଉଛି। ଦାଖଲ ହୋଇଥିବା ଚାର୍ଜସିଟ୍ରେ ଆର୍ଯ୍ୟାନ୍ ଖାନ୍ଙ୍କ ନାମ ନଥିବା ସୂଚନା ମିଳିଛି। ଆର୍ଯ୍ୟନ ଡ୍ରଗ୍ସ ରଖିଥିବା ନେଇ କୌଣସି ପ୍ରମାଣ ନଥିବା କହିଛି NCB ଟିମ ।
ତେବେ ଅକ୍ଟୋବର ୨ ରେ, ଏନସିବି କୄଜ ଉପରେ ଚଢ଼ାଉ କରିଥିଲା ଯେଉଁଥିରେ ଆର୍ଯ୍ୟନ୍ ଖାନଙ୍କ ସମେତ ମୋଟ ୧୯ ଜଣଙ୍କୁ ଗିରଫ କରାଯାଇଥିଲା । ୬ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା । ଏହା ପରେ ସମସ୍ତ ଅଭିଯୁକ୍ତ ବିଭିନ୍ନ ସମୟରେ ଜାମିନରେ ଆସିଥିଲେ। ଏହି ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ତିନି ସପ୍ତାହରୁ ଅଧିକ ସମୟ ଜେଲରେ ରହିବାକୁ ପଡିଥିଲା। ଅଦାଲତ ଶୁଣାଣି, ଅନେକ ନାଟକ ବାଜି ତଥା ୨୬ ଦିନର ଲମ୍ବା ଅବଧି ପରେ ବମ୍ବେ ହାଇକୋର୍ଟ ଅକ୍ଟୋବର ୨୮ ତାରିଖରେ ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରିଥିଲେ । ଆଉ ଏବେ ଏନସିବି ପକ୍ଷରୁ ତାଙ୍କୁ କ୍ଲିନ ଚିଟ ମିଳିଛି ।