ଭାରତରେ ଡେଷ୍ଟିନେସନ୍‌ ବିବାହ

ଆଧୁନିକତାକୁ ପ୍ରାଧାନ୍ୟ ଦେଇ ଡେଷ୍ଟିନେସନ୍‌ ଓଏଡିଂ ବୃଦ୍ଧି ପାଇବାରେ ଲାଗିଛି । କେବଳ ସେଲିବ୍ରିିଟି ନୁହେଁ ବରଂ ସାଧାରଣ ବ୍ୟକ୍ତି ମଧ୍ୟ ସମୟେ ସମୟେ ଏପରି କାଳ୍ପନିକତାରେ ମଗ୍ନ ଥାଏ । ତେଣୁ ଡେଷ୍ଟିନେସନ୍‌ ଓଏଡିଂ ପାଇଁ ଗୋଆ ମଧ୍ୟ ଉପଯୁକ୍ତ ପର୍ଯ୍ୟଟନ ସ୍ଥଳୀ କୁହାଯିବ ତାହା ନୁହେଁ । ଜାଣନ୍ତୁ ଭାରତରେ ଥିବା ସେଭଳି କିଛି ସୌନ୍ଦର୍ଯ୍ୟ ପରିସର:-
କୋୱଲମ୍‌ ବିଚ୍‌:-ଗୋଆର ଲୋକାରଣ୍ୟ ଅଞ୍ଚଳ ଠାରୁ ଦୂରରେ କୋୱଲମ୍‌ ବିଚ୍‌ ଏକ ସୁନ୍ଦର ପରିବେଶ । କେବଳ ଦିନ ନୁହେଁ ରାତିରେ ମଧ୍ୟ ପରିବେଶ ଖୁବ୍‌ ସୁନ୍ଦର ଦୃଶ୍ୟମାନ ହୋଇଥାଏ । ଏଠାରେ ଦମ୍ପତିଙ୍କ ରହିବା, ଖାଇବା ଏପରିକି ଜିମ୍‌, ସ୍ପା ସୁବିଧା ମଧ୍ୟ ରହିଛି । ଏଠାରେ ଭ୍ରମଣ କରିବା ଅର୍ଥାତ୍‌ ଏକ ଆକର୍ଷଣ ଭରା ସହରରେ ପଦାର୍ପଣ କରିବା ବୋଲି କୁହାଯାଇପାରିବ ।
ମାଣ୍ଡୁ:- ମଧ୍ୟପ୍ରଦେଶର ମାଣ୍ଡୁ ସୁଲ୍‌ତାନ୍‌ ବାଜ୍‌ ବାହାଦୂର ଓ ରାଣୀ ରୂପମତୀଙ୍କ ପ୍ରେମ କାହାଣୀକୁ ସୂଚାଇଥାଏ । ସାତପୂଡାର ପାହାଡ ମଧ୍ୟରେ ୨୦୦୦ ଫୁଟ୍‌ ଉଚ୍ଚତାରେ ଏହାର ଅବସ୍ଥିତି । ଜୁଲାଇରୁ ମାର୍ଚ୍ଚ ମଧ୍ୟରେ ଭ୍ରମଣ କରିବା ଉକୃଷ୍ଟ ସମୟ ବୋଲି କୁହାଯାଇଥାଏ । ଏଠାରେ ବହୁତ ପାହାଡ ଓ ମହଲ ରହିଛି ଯେଉଁଠାରେ ବିବାହ କରିବା ଖୁବ୍‌ ଚାହିଦା ରହିଛି ।
ମାଉଣ୍ଟଅବୁ:- ରାଜସ୍ଥାନର ଜୟପୁର କି ଯୋଧପୁର ନୁହେଁ ମାଉଣ୍ଟଅବୁରେ ପର୍ଯ୍ୟଟକଙ୍କ ଭ୍ରମଣର ଖୁବ୍‌ ଚାହିଦା ରହିଥାଏ । ଏଠାକାର ଆରାବଳୀ ପାହାଡ ମଧ୍ୟରେ ଥିବା ଜଙ୍ଗଲରେ ବିବାହ କରିବା ଖୁବ୍‌ ରୋମାଞ୍ଚକର ଓ ଅନୁଭୂତିପ୍ରଦ ହୋଇଥାଏ ବୋଲି କୁହାଯାଇଥାଏ ।
ପଞ୍ଚମଢୀ:- ମଧ୍ୟପ୍ରଦେଶର ପଞ୍ଚମଢୀ ସୁନ୍ଦରତା ଦୃଷ୍ଟିରୁ ଖୁବ୍‌ ମନୋରମ ହୋଇଥାଏ । ଏଠାକାର ସୌନ୍ଦର୍ଯ୍ୟଭରା ୱାଟରଫ୍ଲାସ୍‌ ଓ ୱାଇଲïଲାଇଫ୍‌ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ । ସତପୁଡା ପାହାଡ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧିହେବା ଏକ ନୂଆ ଅନୁଭୂତି ମଧ୍ୟ କୁହାଯାଇପାରିବ ।
ଅଲ୍ଲୀବାଗ୍‌-ମୁମ୍ବାଇର ଅଲ୍ଲୀବାଗ୍‌ର ସୁନ୍ଦରତାକୁ ଅନ୍ୟ କାହା ସହ ତୁଳନା କରାଯାଇନପାରେ । ବିଚ୍‌ର ସୁନ୍ଦର ପରିସର ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାର ଅନୁଭୂତି ନିଆରା ଏହା ସହ ସେଠାରେ ଗୁଡିଏ ବଙ୍ଗଳା ମଧ୍ୟ ରହିଛି ଯେଉଁଠାରେ ଅତିଥିମାନେ ରାତ୍ରଯାପନ ମଧ୍ୟ କରିପାରିବେ ।
ଏଲ୍ଲେପି- କେରଳ ପ୍ରସିଦ୍ଧ ଅଞ୍ଚଳ ଯାହାକୁ ‘ଇଷ୍ଟ କା େୱନିସ୍‌’ କୁହାଯାଏ । ୱାଟର ଲାଗୁନ୍ସ ଓ କେନାଲ୍ସର ସୁନ୍ଦର ପରିସର ମଧ୍ୟରେ ବିବାହ ଏକ ବିଳାସୀ ବିବାହ ବୋଲି କୁହାଯାଇପାରିବ । ସ୍ୱତନ୍ତ୍ର ରୂପେ ଏଠାରେ ବିବାହ ନିମନ୍ତେ କୃଷ୍ଣପୁରମ୍‌ ପ୍ୟାଲେସ୍‌, ଆଲ୍ଲାପୁଜାହା ପ୍ୟାଲେସ୍‌ ଇତ୍ୟାଦି ସୁନ୍ଦର ପରିବେଶ ରହିଛି ।