କନ୍ଧମାଳ : ପୁଣି କନ୍ଧମାଳ ପୋଲିସକୁ ସଫଳତା l ଗତ ୮ ତାରିଖରେ ଖବର ପାଇ ଗୋଛlପଡ଼l ଥାନା ଅନ୍ତର୍ଗତ କୋଏର ମାଣ୍ଡୁ ପଞ୍ଚାୟତ ଶସିକେତl ଗ୍ରାମ ନିକଟ ଜଙ୍ଗଲ ରେ ଏସ୍ଓଜି ଓ ଡିଭିଫ୍ ର ମିଳିତ କୋମ୍ବିଂ ଅପରେସନ କରୁଥିବା ବେଳେ ୯ ତାରିଖ ଦିନ ସସିକେତା ଜଙ୍ଗଲ ରୁ ମାଓ ସମାଗ୍ରୀ ଯବତ୍ କରିଛନ୍ତି l ସେଠାରେ ମାଓବାଦୀ ମାନେ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ସେଠାରୁ ମେଡିସିନ୍, ହାତ ତିଆରି insas ମ୍ୟାଗାଜିନ୍, ଇଲେକ୍ଟ୍ରି ତାର, ଅପ୍ଟିକାଲ ପାୱାର ଚଷମା, ମାଓ ପୋଷାକ , ଛୁରୀ, ଟାଙ୍ଗିଆ ,ଟିଫିନ, ଯିଲଟିନ, ପୋଲିସ କରିଛି ଯବତ୍ lଏହି ମାଓ ସମାଗ୍ରୀ ଜଙ୍ଗଲରେ ମାଓ ବାଦୀ ଲୁଚେଇ ରଖିଥିବା କିମ୍ବା ପୂର୍ବରୁ ସେଠାରେ kkbn ଡିଭିଜନ ର ମାଓ କ୍ୟାମ୍ପ ଚାଲିଥିବା ସନ୍ଦେହ କରୁ ଥିବା ସୂଚନା ଦେଲେ କନ୍ଧମାଳ ଏସ୍ପି ବିନୀତ ଅଗରୱାଲ l ବର୍ତ୍ତମାନ ମଧ୍ୟ କମ୍ବିଂ ଅପରେସନ ଜାରି ରହିଛି ।