ଘରକୁ ଫେରିବା ବାଟରେ ସିଆରପିଏଫ ଯବାନଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ

କେନ୍ଦ୍ରାପଡା,୨୭/୬ : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଜାଗୁଳାଇପଡା ପଂଚାୟତ ଗଂଜା ଗାର ଧନେଶ୍ୱର ନାୟକଙ୍କ ପୁଅ ବସନ୍ତ ନାୟକ ବୟସ ୨୭ ଜଣେ ସିଆରପିଏଫ ଯବାନ ଅଟନ୍ତି l ୨୦୧୭ ମସିହାରୁ ୨୩୬ ନମ୍ବର ବ୍ୟାଟେଲିୟlନରେ ଯବାନ ଭାବେ କାର୍ଯ୍ୟ କରିଆସୁଛନ୍ତି ବସନ୍ତ l ବର୍ତ୍ତମାନ ଦିଲ୍ଲୀର ବାବନlରେ କାର୍ଯ୍ୟରତ ଯବାନ ଭଉଣୀ ବିବାହ ପାଇଁ ଛୁଟି ନେଇ ଘରକୁ ଫେରୁଥିଲେ l ଚଳିତ ମାସ ୨୩ ତାରିଖ ଦିନ ଚାକିରିରୁ ଛୁଟି ନେଇ ନନ୍ଦନକାନନ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରl ଆରମ୍ଭ କରିଥିଲେ l ଯାତ୍ରା ସମୟରେ ମୋବାଇଲ ଫୋନ ଯୋଗେ ଘର ଲୋକଙ୍କ ସହିତ କଥା ବାର୍ତ୍ତା ହୋଇଥିଲେ l ମାତ୍ର ପରବର୍ତ୍ତୀ ସମୟରେ ଫୋନ ବନ୍ଦ ରହିବା ସେପଟେ ଘରେ ନପହଁଚିବାରୁ ଘର ଲୋକଙ୍କର ସନ୍ଦେହ ଉପୁଜିଥିଲା l ଯାହାନେଇ ଯବାନଙ୍କ ନିଖୋଜ ସମ୍ବନ୍ଧେ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି l ସୂଚନା ଥାଉକି ଜଣେ ଦେଶ ରକ୍ଷକ ତଥା ୫ବର୍ଷ ଧରି ଯବାନ ଭାବେ କାର୍ଯ୍ୟ କରିବା ପରେ ଏଭଳି ବାଟରେ ନିଖୋଜ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି l ତେବେ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ ଯବାନ ଙ୍କୁ ଖୋଜିବାରେ କେତେ ଯେ ସକ୍ଷମ ହେଉଛି l