ନୂଆଦିଲ୍ଲୀ,୫/୧୨ : ଭାରତୀୟ ବ୍ୟାଟ୍ସ ମ୍ୟାନ୍ ଗୌତମ ଗମ୍ଭୀର ମଙ୍ଗଳବାର କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେବା ପରେ ତାଙ୍କର ଭବିଷ୍ୟତ ପନ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏହି ପରିପ୍ରେକ୍ଷୀରେ ଭଲ ସୁଯୋଗ ମିଳିଲେ ସେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କହିଛନ୍ତି ଖୋଦ୍ ଗମ୍ଭୀର। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ସେ କହିଛନ୍ତି ଯଦି ତାଙ୍କୁ ଭଲ ସୁଯୋଗ ମିଳିବ ତେବେ ସେ ରାଜନୀତିକୁ ଯାଇପାରନ୍ତି। ଗତକାଲି ଏହି ବାମହାତୀ ବ୍ୟାଟ୍ସ ମ୍ୟାନ କ୍ରିକେଟରୁ ଅବସର ନେବା ନିଷ୍ପତି ଉପରେ ସେ କହିଥିଲେ, ଏହି ନିଷ୍ପତି ତାଙ୍କ ମନରୁ ନେଇଛନ୍ତି। ଗମ୍ଭୀର ତାଙ୍କ ଅନ୍ତିମ ମ୍ୟାଚ୍ ରଣଜି ଟ୍ରଫି ଆନ୍ଧ୍ରପ୍ରଦେଶ ଶହ ଫିରୋଜସାହା କୋଟଲା ଷ୍ଟାଡିୟମରେ ଖେଳିବେ। କାଲିଠୁ ଏହି ମ୍ୟାଚ୍ ଆରମ୍ଭ ହେଉଛି।
ଏହି ସାକ୍ଷାତକାରରେ ଗମ୍ଭୀର ତାଙ୍କ ଭବିଷ୍ୟତ ପନ୍ଥାକୁ ନେଇ କହିଛନ୍ତି ଯେ ଭବିଷ୍ୟତରେ ତାଙ୍କୁ ଯଦି ଦେଶ ସେବା କରିବାକୁ ହୁଏ ଏବଂ ସୁଯୋଗ ମିଳିଲେ ରାଜନୀତିରେ ପ୍ରବେଶ କରିବେ।
