ବଲିଉଡ ଭାଇ ଜାନ ଙ୍କୁ ଜୀବନରୁ ମାରିବାକୁ ଯୋଜନା

ଭାଇ ଜାନ ଙ୍କୁ ଜୀବନରୁ ମାରିବାକୁ ଯୋଜନା । କଣ୍ଟ୍ରାକ୍ଟ କିଲର୍‌ ସମ୍ପତ ନେହରା ସଲମାନ ଖାନଙ୍କୁ ଜୀବନରୁ ମାରିବାକୁ ଯୋଜନା କରୁଥିଲେ । ସୂଚନା ଅନୁଯାୟୀ, ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନଙ୍କୁ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ହରିୟାଣା ପୋଲିସର ଏସଟିଏଫ୍ କରିଛି ଏହି ଖୁଲାସା। କଣ୍ଟ୍ରାକ୍ଟ କିଲର୍‌ ସମ୍ପତ ନେହରା(୨୮)କୁ ଗତ ବୁଧବାର ଦିନ ହାଇଦ୍ରାବାଦ୍‌ରୁ ଗିରଫ କରାଯିବା ପରେ ଏକଥା ଜଣାପଡ଼ିଛି। ସେ ମୁମ୍ବାଇ ଆସି ସଲମାନଙ୍କ ଯିବା ଆସିବା ସମୟ ଓ ତାଙ୍କ ସୁରକ୍ଷା କର୍ମୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିଲେ। ନେହରାଙ୍କ ବିରୁଦ୍ଧରେ ହତ୍ୟା, ଅପହରଣ ଓ ସୁପାରୀ ନେଇ ହତ୍ୟା କରିବାଭଳି ୨୪ରୁ ଆଧିକ ମାମଲା ରହିଥିବା ସୂଚନା ମିଳିଛି ।

SBI AD