ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ନେଇ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୦/୦୭ : ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ । ୫ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ସୁରକ୍ଷିତ ଭାବେ ଜଙ୍ଗଲରୁ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି । । ଲିଫ୍ଟ ଦେବା ବାହାନାରେ ଖୋର୍ଦ୍ଧା ବସଷ୍ଟାଣ୍ଡରୁ ଜଣେ ଯୁବତୀଙ୍କୁ ନେଇ ରତନପୁର ରିଜର୍ଭ ଜଙ୍ଗଲ ଅଞ୍ଚଳକୁ ଯାଇଥିଲା ଅଭିଯୁକ୍ତ । ସେଠାରେ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା । ସୁଯୋଗ ପାଇ ଯୁବତୀ ଅଭିଯୁକ୍ତକୁ ପ୍ରତିରୋଧ କରି ଦୁର୍ବୃତ୍ତଙ୍କ କବଳରୁ ଖସି ଜଙ୍ଗଲ ଭିତରକୁ ପଳାଇଥିଲେ । ହେଲେ ଜଙ୍ଗଲ ଭିତରେ ରାସ୍ତା ନପାଇ ପୋଲିସ ସହାୟତା ନମ୍ବରରେ କଲ କରିଥିଲେ । ତାଙ୍କ ମୋବାଇଲରେ ମାତ୍ର ୧୦ ପ୍ରତିଶତ ବ୍ୟାଟେରୀ ଚାର୍ଜ ଥିବ ପୋଲିସକୁ ଜଣାଇବା ପରେ ପୋଲିସ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲା । ଏସିପି ଜୋନ୍ ୩ ଙ୍କ ସହ ଇନଫୋଭ୍ୟାଲି, ଜଟଣୀ, ଖଣ୍ଡଗିରି ଓ ଭରତପୁର ଥାନାର ପୋଲିସ ଏବଂ ୫୦ରୁ ଅଧିକ ପୋଲିସ କର୍ମଚାରୀ ଜଙ୍ଗଲରେ ଯୁବତୀଙ୍କୁ ଖୋଜାଖୋଜି କରିଥିଲେ । ଡ୍ରୋନ୍, ଫ୍ଲେୟାର ଗନ୍ ଓ ଅନ୍ୟାନ୍ୟ ଉପାୟରେ ଖୋଜାଖୋଜି ପରେ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପରେ ତାଙ୍କ ଅଭିଯୋଗ ଆଧାରରେ ଇନଫୋଭ୍ୟାଲି ଥାନାରେ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ବାଇକ୍ ଜବତ କରିଛି ପୋଲିସ ।

SBI AD