ହାଇଦ୍ରାବାଦ୍, ୧୨/୧୨: ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ବିପୁଳ ବିଜୟ ସହ ପୁଣି କ୍ଷମତା ଫେରିଛନ୍ତି। କେସିଆର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ୧୩ ତାରିଖରେ ଶପଥ ନେବେ। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବସିଥିବା ଟିଆର୍ଏସ୍ର ସର୍ବଦଳୀୟ ବୈଠକରେ କେସିଆରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଥିଲା। ତେଲେଙ୍ଗୋନ ବିଧାନସଭାର ମୋଟ ୧୧୯ଟି ଆସନରୁ ଟିଆରଏସକୁ ୮୮, କଂଗ୍ରେସ ୨୧, ଭାଜପା ୧, ଏଆଇଏମ୍ଆଇଏମ ୭ ଓ ଅନ୍ୟାନ୍ୟ ୨ଟି ଆସନରେ ବିଜୟୀ ହୋଇଛନ୍ତି।