ନୂଆଦିଲ୍ଲୀ, ୧୩/୧୨: କଲିଠୁ ପର୍ଥରେ ଆରମ୍ଭ ହେବାକୁ ଯାଉଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟରୁ ରୋହିତ ଶର୍ମା, ପୃଥି ଶ’ ଓ ରବିଚନ୍ଦ୍ରନ୍ ଅଶ୍ୱିନ ବାଦ୍ ପଡ଼ିଛନ୍ତି । ଆହତ ସମସ୍ୟା ପାଇଁ ୧୩ ଜଣିଆ ସ୍କର୍ଡରୁ ଏହି ତିନିଙ୍କୁ ବାଦ୍ ଦିଆଯାଇଛି । ଅଶ୍ୱିନ ପ୍ରଥମ ଟେଷ୍ଟରେ ଦମ୍ଦାର ବୋଲିଂର ନମୁନା ପ୍ରଦର୍ଶନ କରିଥିବା ବେଳେ ତାଙ୍କ ଅନୁପସ୍ଥିତି ଭାରତୀୟ ବୋଲିଂ ଲାଇନ୍ରେ ପ୍ରଭାବ ପକାଇବ ବୋଲି ଆଲୋଚନା ହେଉଛି । ତେବେ ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବଞ୍ଚିତ ହୋଇଥିବା ଯୁବ ତାରକା ପୃଥି ଶ’ ଦ୍ୱିତୀୟ ଟେଷ୍ଟ ପାଇଁ ମଧ୍ୟ ଅନ୍ଫିଟ୍ ହୋଇଛନ୍ତି । ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ପାରିରେ ଭଲ ବାଟିଂର ନମୁନା ପ୍ରଦର୍ଶନ କରିଥିବା ରୋହିତ ଶର୍ମା ମଧ୍ୟ ଆହତ ସମସ୍ୟା ପାଇଁ ଦ୍ୱିତୀୟ ଟେଷ୍ଟ ମିସ୍ କରିଛନ୍ତି । ସୂଚନାଯୋଗ୍ୟ ଭାରତୀୟ ବ୍ୟାଟିଂ ଲାଇନ୍ ମୁଖ୍ୟତଃ ଅଧିନାୟକ ବିରାଟ କୋହଲି, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ମୂରଲୀ ବିଜୟଙ୍କ ଉପରେ ର୍ନିଭରଶୀଳ ଥିବା ବେଳେ ବୋଲିଂର ମଙ୍ଗ ସମ୍ଭାଳିବେ ମହମ୍ମଦ ସାମୀ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମରା ଓ ଭୁବନେଶ୍ୱର କୁମାର ।