ଦୁବାଇ, ୧୭/୧୨ : ଜଣେ ୧୩ ବର୍ଷୀୟ ଭାରତୀୟ ବାଳକ ଦୁବାଇରେ ଏକ ସଫଫେୱର କମ୍ପାନୀର ମାଲିକ ହୋଇପାରିଛନ୍ତି । କେରଳର ଆଦିତ୍ୟ ରାଜେସ ମାତ୍ର ୯ ବର୍ଷ ବୟସରେ ନିଜର ପ୍ରଥମ ମୋବାଇଲ ଆପ୍ଲିକେଶନ ବିକାଶ କରିଥିଲେ । ସେ ଲୋକଙ୍କ ପାଇଁ େୱବସାଇଟ ମଧ୍ୟ ଡିଜାଇନ କରନ୍ତି । ମାତ୍ର ୫ ବର୍ଷ ବୟସରେ ସେ କମ୍ପୁ୍ୟଟରର ବ୍ୟବହାର ଆରମ୍ଭ କରିଥିଲେ । ତେବେ ମାତ୍ର ୧୩ ବର୍ଷ ବୟସରେ ଟେକନୋଲୋଜିର ଯାଦୁଗର ଆଦିତ୍ୟ ‘ଟ୍ରିନେଟ ସଲ୍ୟୁଶନ’ ନାମକ ନିଜର ଏକ ସଫଫେୱର କମ୍ପାନୀ ଆରମ୍ଭ କରିଛନ୍ତି । ଟ୍ରିନେଟରେ ସର୍ବମୋଟ ୩ କର୍ମଚାରୀ ଅଛନ୍ତି । ସେମାନେ ଆଦିତ୍ୟଙ୍କ ସାଙ୍ଗ ଏବଂ ତାଙ୍କ ସ୍କୁଲର ଛାତ୍ର । ଆଦିତ୍ୟଙ୍କ ଜନ୍ମ କେରଳର ଥିରୁବିଲ୍ଲାଠାରେ ହୋଇଥିଲା । ସେ ୫ ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ପରିବାର ଦୁବାଇ ଚାଲିଆସିଥିଲେ । ଆଦିତ୍ୟଙ୍କ ବାପା ତାଙ୍କୁ ପ୍ରଥମ େୱବସାଇଟ ଭାବେ ବିବିସି ଟାଇପିଙ୍ଗ ଦେଖାଇଥିଲେ, ଯେଉଁଥିରେ ପିଲାମନେ ଟାଇପିଙ୍ଗ ସିଖିଥାନ୍ତି । ନିୟମ ଅନୁଯାୟୀ, ଏକ ପ୍ରତିଷ୍ଠିତ କମ୍ପାନୀ ସ୍ଥାପନ କରିବାର ବୟସ ସୀମା ୧୮ ହୋଇଥାଏ । ତେବେ ଆମେ ଏବେଠାରୁ ଏକ କମ୍ପାନୀ ଭଳି କାମ କରୁଛୁ ବୋଲି ଆଦିତ୍ୟ କହିଛନ୍ତି । ଏବେ ସୁଦ୍ଧା ସେ ୧୨ରୁ ଅଧିକ କ୍ଲାଏଣ୍ଟଙ୍କ ସହ କାମ କରିଛନ୍ତି ଏବଂ ସେମାନଙ୍କୁ ତାଙ୍କ ଡିଜାଇନ ଏବଂ କୋଡିଙ୍ଗ ସେବା ମାଗଣାରେ ଯୋଗାଇ ଦେଇଥିବା ଆଦିତ୍ୟ କହିଛନ୍ତି ।