ହୃତପିଣ୍ଡକୁ ସୁସ୍ଥ ରଖିବା ପାଇଁ ନଟ୍ସର ସେବନ ଉପକାରୀ ସାବ୍ୟସ୍ତ ଏବଂ ପିସ୍ତାବାଦାମ ସେଥିମଧ୍ୟରୁ ଅନ୍ୟତମ । ଏକ ଗବେଷଣାରୁ ପ୍ରକାଶିତ ଯେ, ପ୍ରତିଦିନ ପିସ୍ତାବାଦମ ଖାଇବା ଦ୍ୱାରା ଡିସଲିପିଡୋମିଆରେ ପୀଡିତ ହେବାର ସମ୍ଭାବନା କମ ରହିଥାଏ । ଏହି ସମସ୍ୟା ଶରୀରରେ ବେଡ କଲେଷ୍ଟ୍ରଲ ଏବଂ ହାଇ ଟ୍ରାଇଗ୍ଲିସରାଇଡସ୍ ର ସ୍ତର ବଢିବାର କାରଣ ହୋଇଥାଏ । ଟ୍ରାଇଗ୍ଲିସରାଇଡସ୍ ଆମ ଶରୀରର ରକ୍ତ କୋଷିକାରେ ଉପସ୍ଥିତ ରହିଥାଏ ଏବଂ ଏହାର ସ୍ତର ନିୟନ୍ତ୍ରଣ ରହିବା ଶରୀର ପାଇଁ ଖୁବ୍ ଜରୁରୀ ହୋଇଥାଏ ।
ପିସ୍ତାବାଦାମରେ ଭିଟାମିନ-ଇ, ଆଣ୍ଟିଅକ୍ସିଡେଣ୍ଟ, ପାଲିଫେନାଲ ଏବଂ ମିନିରାଲ ରହିଥାଏ ଯାହା ଏଲଡିଏଲର ଅକ୍ସିଡେସନକୁ କମ କରିଥାଏ ଏବଂ ହୃଦ ଜନିତ ସମସ୍ୟାରୁ ରକ୍ଷା କରିଥାଏ । ପିସ୍ତାବାଦାମରେ ମନୋସେଚୁରେଟେଡ ଏବଂ ପଲିସେଚୁରେଟେଡ ଫ୍ୟାଟ୍ ରହିଥାଏ ଯାହା ଶରୀର ପାଇଁ ହିତ ହୋଇଥାଏ । ପିସ୍ତାବାଦାମର ସେବନ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।
ଆଲମଣ୍ଡ ବୋର୍ଡ ଅଫ କାଲିଫର୍ଣ୍ଣିଆର ଏକ ଗବେଷଣାରୁ ପ୍ରକାଶିତ ଯେ, ପ୍ରତିଦିନ ୪୫ ଗ୍ରାମ ପିସ୍ତାବାଦାମ ସେବନ କରିବା ଦ୍ୱାରା ଡିସଲିପିଡୋମିଆ ହେବାର ସମ୍ଭାବନା କମ ହୋଇଥାଏ ଏବଂ ଏହାର ଲକ୍ଷଣକୁ ମଧ୍ୟ କମ କରିଥାଏ । ପିସ୍ତାବାଦାମର ସେବନ ବ୍ଲଡ କଲେଷ୍ଟ୍ରଲ ଲେବଲକୁ ଅଧିକତର ଭାବେ ଭଲ କରିଥାଏ ।
