ଆୟୁର୍ବେଦରେ ମେଥିର ଭୂମିକା ଅନନ୍ୟ । ଅନେକ ରୋଗକୁ ମୁକ୍ତି ଦେଇଥାଏ ଏହି ମେଥି । ଏହାର ବ୍ୟବହାର କେବଳ ସ୍ୱାଦ ବଢାଇବାରେ ନୁହେଁ ବରଂ ସୌନ୍ଦର୍ଯ୍ୟ ଏବଂ ସ୍ୱାସ୍ଥ୍ୟରେ ସୁଧାର ଆଣିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ତେବେ ମେଥିରୁ ଆମକୁ କି ଉପକାର ମିଳେ ତାହା ଜାଣିନିଅନ୍ତୁ-
-ପ୍ରତିଦିନର ଖାଦ୍ୟରେ ଯଦି କିଛି ମେଥିର ବ୍ୟବହାର କରାଯାଏ ତେବେ ଏହା ଅମ୍ଳରୁ ରକ୍ଷା କରିବା ସହ ଛାତି ପୋଡାଜଳାରୁ ବି ଆରାମ ଦେଇଥାଏ ।
-ମଧୁମେହଠାରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ପ୍ରତିଦିନ ଏକ ଚାମଚ ମେଥି ପାଉଡରକୁ ପାଣି ସହ ଖାଆନ୍ତୁ ।
-ମେଥିରୁ ପ୍ରସ୍ତୁତ ଫେସପ୍ୟାକ୍ ବ୍ରଣ, ଚର୍ମକୁ ବ୍ଲାକ୍ ହେଡସ୍ ଆଦିରୁ ରକ୍ଷା କରିଥାଏ । ଅଳ୍ପ ପାଣିରେ ମେଥି ପକାଇ ଫୁଟାଇବା ପରେ ସେହି ପାଣିରେ ମୁହଁ ଧୁଅନ୍ତୁ । ଆହୁରି ମଧ୍ୟ ମେଥି ପତ୍ରକୁ ବାଟି ତାକୁ ଲଗାଇ ପାରିବେ ଛ ଏହାକୁ ଲଗାଇବା ପରେ ପ୍ରାୟ ୨୦ମିନିଟ୍ ଛାଡି ମୁହଁକୁ ଧୋଇ ଦିଅନ୍ତୁ । ଏପରି କିଛିଦିନ କରିବା ଦ୍ୱାରା ମୁହଁରେ ଚମକ ବଢିବାକୁ ଲାଗିଥାଏ ।
-ଯଦି ଆପଣଙ୍କ କେଶ ନିୟମିତ ଝଡୁଛି, ତେବେ ନଡିଆ ତେଲରେ କିଛି ମେଥି ପକାଇ ଉଷୁମ କର;ୁଛ ଏହି ତେଲକୁ ରାତି ସାରା ରଖି ପରଦିନ ସକାଳେ ଲଗାନ୍ତୁ । ଏପରି ନିୟମିତ କଲେ କେଶ ଝଡିବା କମି ଯାଇଥାଏ ।
-ମୁଣ୍ଡରେ ମେଥି ପେଷ୍ଟ ଲଗାଇଲେ କେଶ କଳା ହେବା ସହ ଘନ ବି ହେବାକୁ ଲାଗିଥାଏ ।
-ଏକ ଚାମଚ୍ ଲେମ୍ବୁ ରସ୍ରେ ମହୁ ଏବଂ ମେଥି ମିଶାଇ ଖାଇବା ଦ୍ୱାରା ଥଣ୍ଡା, ଜ୍ୱରରୁ ରକ୍ଷା ମିଳିଥାଏ ।
-ମହିଳାଙ୍କର ଅନେକ ସମସ୍ୟାକୁ ମେଥି ଦୂର କରିଥାଏ ଛ ମାସିକ ଧର୍ମ ସମୟରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଯେମିତିକି ବାନ୍ତି ଲାଗିବା, ଭଲରେ ନିଦ ନହେବା ପରି ସମସ୍ୟାକୁ ଦୂର କରିଥାଏ ।
Prev Post
Next Post