ସାମଗ୍ରୀ-୨କପ୍ କଟା ହୋଇଥିବା ଛତୁ, ୧କପ୍ କଟା ପିଆଜ, ୪ଚାମଚ ଟମାଟୋ ପୁ୍ୟରୀ, ୧ଚାମଚ ଗରମ ମସଲା, ୧ ଚାମଚ ଅଦା-ରସୁଣ ପେଷ୍ଟ, ୧ଚାମଚ ଫ୍ରେଶ୍ କ୍ରିମ୍, ୨ଚାମଚ ଦେଶୀ ଘିଅ, ଅଧା ଚାମଚ ଗୁଣ୍ଡ ଗୋଲମରିଚ, ସଜାଇବା ପାଇଁ ଧନିଆପତ୍ର ଏବଂ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି- କଡ଼େଇରେ ଘିଅ ଗରମକରି ସେଥିରେ କଟା ପିଆଜକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ତା’ପରେ ଅଦା-ରସୁଣ ପେଷ୍ଟକୁ ଦେଇ କଷନ୍ତୁ । କଷିଲା ପରେ ସେଥିରେ ଟମାଟୋ ପୁ୍ୟରୀ ଦେଇ ଗୋଳା;ୁ ଏବଂ କିଛି ସମୟ ପରେ ଛତୁ ମିଶାନ୍ତୁ । ଆଉ କିଛି ସମୟ ପରେ ଅଧା କପ୍ ପାଣି ଦେଇ ୧୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ତା’ପରେ ଫ୍ରେଶ୍ କ୍ରିମ୍ ଏବଂ ୧ମିନିଟ୍ ପରେ ଗରମ ମସଲା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ସାମାନ୍ୟ ଫୁଟାନ୍ତୁ । ଏଥର ତଳକୁ ଓହ୍ଲାଇ ଉପରେ ଗୁଣ୍ଡ ଗୋଲମରିଚ ଓ ଧନିଆପତ୍ରରେ ସଜାଇ ଗରମ ଗରମ ପରିବେଷଣ କରନ୍ତୁ ।
Prev Post
Next Post