ପୁଣି ତେଜିଲା ରୁଷ୍‌-ୟୁକ୍ରେନ୍ ଯୁଦ୍ଧ, କିଭ୍‌ରେ ରୁଷିଆର ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ, ୦୫/୧୦ : ଋଷ-ୟୁକ୍ରେନ ଯୁଦ୍ଧ ପୁଣି ତେଜିବାରେ ଲାଗିଛି । ପରଷ୍ପର ପରଷ୍ପରର ଭିତ୍ତିଭୂମି ଉପରେ ଆକ୍ରମଣ ଜାରି ରଖିଛନ୍ତି। ଋଷ ୟୁକ୍ରେନର ଏକ ବିଜ୍ର ଉପରେ ଡ୍ରୋନ ଆକ୍ରମଣ କରିଛି । ରୁଷିଆର ଡ୍ରୋନ୍ ୟୁକ୍ରେନର ରାଜଧାନୀ କିଭ୍‌ର ଉତ୍ତର ବ୍ରିଜ୍‌କୁ ହିଟ କରିଛି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଇଛି ଯେ ଗାଡ଼ିଗୁଡ଼ିକ ବ୍ରିଜ୍ ଉପରେ ଚାଲୁଥିବା ସମୟରେ ଏହି ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି । ଗାଡ଼ିଗୁଡ଼ିକ ବ୍ରିଜ୍ ଉପରେ ଚାଲୁଥିବା ସମୟରେ ଆକାଶରେ ନିଆଁ ଓ କଳା ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି ।