ଭୁବନେଶ୍ୱର ୨୬/୦୩ : ରାଜଧାନୀରେ ପୁଣି ଏକ ଏନକାଉଣ୍ଟର ହୋଇଛି । କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କଲା କମିଶନରେଟ ପୁଲିସ। କମିଶନରେଟ ପୁଲିସର ସ୍ପେଶାଲ ଟିମ୍ ବାଂକୁଆଳ ନଦୀଘାଟ ନିକଟରେ ଏନକାଉଣ୍ଟର୍ କରିଛି ।
କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ ବାଂକୁଆଳ ଅଞ୍ଚଳରେ ଥିବା ନେଇ ପୁଲିସକୁ ସୂଚନା ମିଳିବା ପରେ କମିଶନରେଟ ପୁଲିସର ସ୍ପେଶାଲ ଟିମ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ପୁଲିସକୁ ଦେଖି ଏହି ଅଭିଯୁକ୍ତ ଜଣକ ପୁଲିସ ଉପରକୁ ଗୁଳି ଚାଳନା କରିଥିଲା। ଫଳରେ ପୁଲିସ ପ୍ରତିଆକ୍ରମଣରେ ଗୁଳି ଚାଳନା କରିଥିଲା। ପୁଲିସର ଏନ୍କାଉଣ୍ଟରରେ ଜିତେନ୍ଦ୍ର ପଲେଇର ବାମ ଗୋଡରେ ଗୁଳି ବାଜିବାରୁ ସେ ଆହତ ହୋଇଥିବା ଜଣାପଡିଛି। ତାକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୂର୍ବରୁ ଏହି ଅପରାଧୀ ନାଁରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ହତ୍ୟା, ହତ୍ୟା ଉଦ୍ୟମ, ଡ଼କାୟତି, ସୁପାରୀ କିଲିଙ୍ଗ ଭଳି ସାଂଘାତିକ ମାମଲା ଉକ୍ତ ଅଭିଯୁକ୍ତ ନାଁରେ ରହିଛି। ୧୭ ତାରଖରେ ୪ ନମ୍ବର ସ୍ଥିତ ସୁନା ଦୋକାନୀ ଶ୍ରୀ ଜୁଏଲର୍ସରେ ବୋମା ମାଡ଼ କରିଥିଲା ଜିତେନ୍ଦ୍ର ।