ପୁଣି ବଢିଲା କରୋନା : ଦୈନିକ ସଂକ୍ରମଣ ୧୫୦୦ ଟପିଲା

0

ନୂଆଦିଲ୍ଲୀ ୨୬/୦୩ : ଦେଶରେ କରୋନା ସଂକ୍ରମଣ ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ୧୫୦୦ ଟପିଲାଣି । ଦିନକରେ ୯୧୦ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି। କୋଡିଡ ଆରୋଗ୍ୟ ହାର ୯୮.୭୯ ପ୍ରତିଶତ ରହିଛି। ଦେଶରେ ୮ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି ଯେ, ଏପର୍ଯ୍ୟନ୍ତ ୨୨୦ କୋଟି ୬୫ଲକ୍ଷରୁ ଡୋଜ କୋଭିଡ ଟିକା ଦିଆଯାଇଛି । ଦିନକ ମଧ୍ୟରେ ୯ହଜାର ୪୯୭ ଡୋଜ ପ୍ରତିଷେଧକ ଟିକା ଦିଆ ଯାଇଛି। ଏବେ କରୋନା ସଂକ୍ରମଣ ସହ ଏଚ୩ଏନ୨ ଫ୍ଲୁ ଦେଖା ଦେଇଥିବାରୁ ଏହା ଚିନ୍ତା ବଢ଼ାଇଛି । କରୋନାର ନୂତନ ପ୍ରକରଣ ମଧ୍ୟ ସଂକ୍ରମଣର ଅନ୍ୟତମ କାରଣ ପାଲଟିଛି।

SBI AD
Leave A Reply

Your email address will not be published.