ସରକାରଙ୍କ ବଡ ନିର୍ଦ୍ଦେଶ! ପାନ୍ କାର୍ଡ ଯୋଗୁଁ ଏବେ ଏହି ଲୋକଙ୍କୁ ଦେବାକୁ ପଡିବ ୧୦ ହଜାର ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ଦେଶରେ ଲୋକମାନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ଦିଆଯାଇଛି ।ଏଡି ପ୍ରମାଣପତ୍ର ମାଧ୍ୟମରେ ଅଲଗା ଅଲଗା କାମ କରାଯାଇଥାଏ । ସେହିପରି ଏହି ପଅମାଣପତ୍ରରେ ଆଧାରକାର୍ଡ ମଧ୍ୟ ସାମିଲ ରହିଛି । ପାନ୍ କାର୍ଡ ମାଧ୍ୟମରେ ଦେଶରେ ଆର୍ôଥକ କାରବାର କରାଯାଇଥାଏ । ଏଥିସହ, ସରକାରଙ୍କ ଟିକସ ଦାୟିତ୍ୱର ନିର୍ଣ୍ଣୟ କରିବାକୁ ପାନ୍ ବିବରଣୀ ମାଧ୍ୟମରେ ପ୍ରାପ୍ତ ସୂଚନା ଉପରେ ସରକାର ନିର୍ଭର କରନ୍ତି । ତଥାପି, ପାନ୍ କାର୍ଡ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷର ମଧ୍ୟ ଧ୍ୟାନ ରଖିବା ଉଚିତ୍, ନଚତ୍ ଆପଣଙ୍କୁ ଜୋରିମାନା ଦେବାକୁ ପଡିବ ।

ତେବେ ଲୋକମାନଙ୍କୁ ମନେ ରଖିବା ଉଚିତ୍ ଯେ ଦେଶରେ କାହାରିକୁ ନକଲ କିମ୍ବା ଏକରୁ ଅଧିକ ପାନ୍ କାର୍ଡ ରଖିବାର ଆଇନ ଅନୁଯାୟୀ ଅନୁମତି ଦିଆଯାଇ ନାହିଁ । ଏପରି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ଏକରୁ ଅଧିକ କିମ୍ବା ନକଲ ପ୍ୟାନ କାର୍ଡ ରଖନ୍ତିି, ତେବେ ତାଙ୍କୁ ଗୁରୁତର ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ଯେଉଁମାନଙ୍କର ଏକରୁ ଅଧିକ କିମ୍ବା ନକଲ ପ୍ୟାନ କାର୍ଡ ଅଛି, ସେମାନେ ବଡ଼ ଅସୁବିଧାରେ ପଡ଼ିପାରନ୍ତି । ତେବେ ଡବଲ୍ ଆବେଦନ ହେତୁ ଅନେକ ଥର ପାନ୍ କାର୍ଡ ଦୁଇଥର ପ୍ରଦାନ କରାଯାଇପାରେ । ଏପରି ପରିସ୍ଥିତିରେ ଲୋକମାନେ ଏହି ପରିସ୍ଥିତିକୁ ଏଡ଼ାଇବା ଉଚିତ୍ । ଧରାପଡିଲେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ଏଭଳି ପରିସ୍ଥିତିରେ ଲୋକଙ୍କୁ ସେମାନଙ୍କର ପାନ୍ କାର୍ଡ ମଧ୍ୟରୁ ଗୋଟିଏ ବାତିଲ୍ କରିବାକୁ ପଡିବ । କିଛି ଲୋକ ସରକାରଙ୍କୁ ପ୍ରତାରଣା କରିବା କିମ୍ବା ଟଙ୍କା ସଞ୍ଚୟ କରିବା ଉଦ୍ଦେଶ୍ୟରେ ଏକରୁ ଅଧିକ ପ୍ୟାନ ପାଇଁ ଆବେଦନ କରିପାରିବେ । ଏଗୁଡିକ ଚରମ ଉଲ୍ଲଂଘନ ଏବଂ ଜରିମାନା ଆକର୍ଷିତ କରିବ । ଏକରୁ ଅଧିକ ପ୍ୟାନ ଧରିବା ଉପରେ କଡା ନିୟମ ରହିଛି, ଯେଉଁଥିରେ ନକଲି ପ୍ୟାନ ଧରିଥିବା ବ୍ୟକ୍ତିଙ୍କ ଉପରେ ସରକାର ୧୦,୦୦୦ ଟଙ୍କା ଜୋରିମାନା ଲଗାଉଛନ୍ତି ।