ଶୀତରୁ ରକ୍ଷା ପାଇଁ ସେବନ କରନ୍ତୁ ଏହି ସବୁ ଖାଦ୍ୟ

ପ୍ରତ୍ୟେକ ଋତୁର ସ୍ୱତନ୍ତ୍ରତା ରହିଛି, ଏଣୁ ଶୀତଋତୁରେ ମଧ୍ୟ ଅଳ୍ପବହୁତେ ନିୟମ ମାନି ଚଳିବାକୁ ହୋଇଥାଏ । ହଜମ କ୍ଷମତା ଏହି ଋତୁରେ ସାମାନ୍ୟ ହ ୍ରାସ ପାଇଥାଏ ବୋଲି ବିଶେଷଜ୍ଞଙ୍କ ମତ । ନିଜ ଖାଦ୍ୟ ପାନୀୟକୁ ନେଇ ସଚେତନ ହେଲେ ସେଭଳି ଅସୁବିଧା ଉପୁଜି ନଥାଏ । ଶୀତଦିନେ ବିଭିନ୍ନ ପରିବାର ସମଗମ ଦେଖିବାକୁ ମିଳେ । ତନ୍ମଧ୍ୟରୁ କେତେକ ପରିବାକୁ ନିୟମିତ ଖାଦ୍ୟରେ ସାମିଲ କରିବା ହିତକାରୀ । ଶୀତ ଦିନିଆ ସୁପରଫୁଡ୍‌ ମଧ୍ୟରେ ବିଟ୍‌, ମୂଳା, ଅଦା, ଗାଜର, ପାଣି ସିଙ୍ଗଡା ସ୍ଥାନିତ ।
* ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ, ଫାଇବରରେ ଭରପୁର ବିଟ୍‌ ନିୟମିତ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରେଧକ ଶକ୍ତି ବିଥାଏ । ବିଟ୍‌ ରସ ପିଇବା ଦ୍ୱାରା ଶରୀରରୁ ବିଷ ତ‰ ବାହାରି ଯାଇଥାଏ । ଏହା ସହ କେଶ ଓ ତ୍ୱଚା ନିମନ୍ତେ ଏହା ଏକ ଉତ୍ତମ ପାନୀୟ ।
* ଶୀତ ଋତୁରେ ଅଦାର ଚା’ଏକ ଔଷଧ ପରି କାମ କରେ । ଏହା ସହ ପ୍ରତ୍ୟେକ ବ୍ୟଞ୍ଜନରେ ଅଳ୍ପ ପରିମାଣର ଅଦା ବ୍ୟବହାର କଲେ ତାହା ହଜମ ହେବାରେ ସହାୟକ ହୋଇଥାଏ । ୧ ଚାମଚ ଅଦା ରସକୁ ସକାଳବେଳା ନଖ ଉଷୁମ ପାଣି ସହ ମିଶାଇ ପିଇଲେ ତାହା ଶୀତର ପ୍ରକୋପରୁ ଶରୀରକୁ ରକ୍ଷା କରେ ।
* ଭିଟାମିନ୍‌ ଏ, ସି ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଗାଜର ଥଣ୍ଡା ଓ କାଶରୁ ରକ୍ଷା କରିବା ସହ ନିୟମିତ ଭାବେ ସାଲାଡରେ ଏହାକୁ ଖାଇହେବ । ପ୍ରଚୁର ପରିମାଣର ଏଥିରେ ବିଟା-କ୍ୟାରୋଟିନ୍‌ ଥାଏ ଯାହା ଶରୀର ପାଇଁ ଭଲ । ତ୍ୱଚା ପାଇଁ ଗାଜର ଏକ ଉତ୍ତମ ଖାଦ୍ୟ ।