ମୁମ୍ବାଇ, ୩/୧ : ୨୦୧୮ ରେ ଚର୍ଚ୍ଚାରେ ଥିବା ବା ସୁଟିଙ୍ଗ ସରିଥିବା ଅନେକ ଫିଲ୍ମ ୨୦୧୯ ରେ ପରଦାରେ ଆସିବ । ଏହି ଫିଲ୍ମରେ ଅନେକ ନୂଆ ଯୋଡିଙ୍କୁ ଦେଖିବାକୁ ପାଇବେ ଦର୍ଶକ । ତେବେ ଆସ;ୁ ଜାଣିବା କେଉଁ ସବୁ ଯୋଡି ଚଳିତ ବର୍ଷ ପ୍ରଥମ ଥର ପାଇଁ ଅନସ୍କ୍ରିନରେ ରୋମାନ୍ସ କରୁଥିବା ନଜର ଆସିବେ ।
ରଣବୀର-ଆଲିଆ
୨୦୧୮ ରେ ୧୩ ଟି ଫିଲ୍ମ ୧୦୦ କୋଟିରୁ ଉଧ୍ୱର୍ ବ୍ୟବସାୟ କରିଥିବା ବେଳେ ୨୦୧୯ ରେ ଏପରି ଅନେକ ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି ଛ ଏହି ଫିଲ୍ମରେ ଅନେକ ନୂଆ ଯୋଡି ପ୍ରସ୍ତୁତ ହୋଇଛି ବା ହେବ । ତେବେ ଏଥିରେ ପ୍ରଥମ ନାମ ରହିଛି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କର । ବି-ଟାଉନର ଏହି ଚର୍ଚ୍ଚିତ ଯୋଡି ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରେ ନଜର ଆସିବେ । ଏହି ଫିଲ୍ମଟି ଚଳିତ ବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ ।
ରଣବିର – ଆଲିଆ
ରଣବୀର କାପୁରଙ୍କ ବ୍ୟତିତ ଆଲିଆ ଭଟ୍ଟ ଚଳିତ ବର୍ଷ ରଣବିର ସିଂହଙ୍କ ସହ ପ୍ରଥମ ଥର ପରଦାରେ ନଜର ଆସିବେ । ରଣବିର ଏବଂ ଆଲିଆ ଫିଲ୍ମ ‘ଗଲି ବୟ’ ରେ ଏକତ୍ର ନଜର ଆସିବେ । ଏହି ଫିଲ୍ମଟି ଚଳିତ ବର୍ଷ ଭାଲେନଟାଇନ ଡେ ରେ ରିଲିଜ ହେବ ।
ନବାଜୁଦ୍ଦୀନ- ଆଥିୟା
ନବାଜୁଦ୍ଦୀନ ସିଦ୍ଦିଗୀ ଏବଂ ସୁନିଲ ସେଠୀଙ୍କ କନ୍ୟା ଆଥିୟା ସେଠୀ ଚଳିତ ବର୍ଷ ପ୍ରଥମ ଥର ପାଇଁ ସ୍କ୍ରୀନ ସେୟାର କରିବେ । ଏହି ଯୋଡି ଫିଲ୍ମ ‘ ମୋତିଚୁର ଚକନାଚୁର’ ରେ ନଜର ଆସିବେ ଯାହାର ସୁଟିଙ୍ଗ ଆରମ୍ଭ ହୋଇଯାଇଛି ।
ପ୍ରଭାସ- ଶ୍ରଦ୍ଧା
ପ୍ରଭାସ ଏବଂ ଶ୍ରଦ୍ଧା କାପୁରଙ୍କ ଫିଲ୍ମ ‘ସାହୋ’ ୨୦୧୯ର ବହୁ ପ୍ରତିକ୍ଷିତ ଫିଲ୍ମ ଅଟେ । ଏହି ଫିଲ୍ମରେ ଶ୍ରଦ୍ଧା କାପୁର ପ୍ରଥମ ଥର ପାଇଁ ପ୍ରଭାସଙ୍କ ସହ ଆକ୍ସନ ଅନ୍ଦାଜରେ ନଜର ଆସିବେ ।
ସୁଶାନ୍ତ- ଶ୍ରଦ୍ଧା
ପ୍ରଭାସଙ୍କ ବ୍ୟତିତ ଶ୍ରଦ୍ଧା ଚଳିତ ବର୍ଷ ସୁଶାନ୍ତ ସିଂହ ରାଜପୁତଙ୍କ ସହ ମଧ୍ୟ ପ୍ରଥମ ଥର ପାଇଁ ପରଦାରେ ନଜର ଆସିବେ । ସେମାନେ ଫିଲ୍ମ ‘ଛିଛୋରେ’ ରେ ପରଦା ସେୟାର କରିବେ ।