ଗରିବ ସବର୍ଣ୍ଣଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା : ମୋଦି ସରକାରଙ୍କ ମାଷ୍ଟର ଷ୍ଟ୍ରୋକ୍‌

ନୂଆଦିଲ୍ଲୀ,୭/୧: ନିର୍ବାଚନ ଆଉ କିଛି ମାସ ବାକି ଥିବା ବେଳେ ମୋଦି ସରକାର ଖେଳିଛନ୍ତି ମାଷ୍ଟର ଷ୍ଟ୍ରୋକ୍‌। ଆର୍ଥିକ ଭାବେ ଦୁର୍ବଳ ତଥା ଅନଗ୍ରସର ଉଚ୍ଚଜାତିର ଲୋକଙ୍କ ଲାଗି ଘୋଷଣା କରିଛନ୍ତି ୧୦ ପ୍ରତିଶତ ସଂରକ୍ଷଣ। ସାଧାରଣ ବର୍ଗ ଅନ୍ତର୍ଭୁକ୍ତ ଉଚ୍ଚ ଜାତି ଲାଗି ଏହି ସଂରକ୍ଷଣ ବ୍ୟବସ୍ଥା ଉଦ୍ଦିଷ୍ଟ। ମାତ୍ର କେଉଁ ଭଳି ଆର୍ଥିକ ସ୍ଥିତି ଥିଲେ ଏହା ପ୍ରଯୁଜ୍ୟ ସେ ନେଇ ୫ଟି ସର୍ତ୍ତ ମଧ୍ୟ ଜାରି କରାଯାଇଛି। ଜାଣନ୍ତୁ କେଉଁମାନେ କେନ୍ଦ୍ର ସରକାର ଆଣୁଥିବା ଏହି ସୁବିଧା ହାସଲ କରିବାକୁ ହକଦାର।

୧) ଯେଉଁ ସାଧାରଣ ବର୍ଗର ଉଚ୍ଚ ଜାତିର ବ୍ୟକ୍ତିଙ୍କ ରୋଜଗାର ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବ ସେମାନେ ସଂରକ୍ଷଣ ସୁବିଧା ପାଇବେ।
୨) ୫ ହେକ୍ଟରରୁ କମ୍‌ ଚାଷ ଜମି ଥିବା ବ୍ୟକ୍ତି ସଂରକ୍ଷଣର ହକଦାର।
୩ ) ବାସସ୍ଥାନ ବା ଗୃହର ଆକାର ୧୦୦୦ ବର୍ଗ ଫୁଟ୍‌ରୁ କମ୍‌ ହୋଇଥିବା ବ୍ୟକ୍ତି ଏହି ସୁବିଧା ପାଇବେ।
୪ ) ମୁନିସିପାଲିଟି ଅଞ୍ଚଳରେ ୧୦୯ ୟାର୍ଡରୁ କମ୍‌ ଅଞ୍ଚଳ ପରିମିତ ବାସପୋଯୋଗୀ ଜମି ଥିବା ବ୍ୟକ୍ତି ହିଁ ସଂରକ୍ଷଣ ଲାଗି ଉପଯୁକ୍ତ ।
୫ ) ଅଣ-ମୁନିସିପାଲିଟି ଅଞ୍ଚଳରେ ୨୦୯ ୟାର୍ଡରୁ କମ୍‌ ଅଞ୍ଚଳ ପରିମିତ ବାସୋପଯୋଗୀ ଜମି ଥିବା ବ୍ୟକ୍ତି ଏଥିଲାଗି ଯୋଗ୍ୟ ବିବେଚିତ ହେବେ।

ତେବେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣକୁ କାର୍ଯ୍ୟକାରୀ କରବିା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଏ ନେଇ ସଂସଦରେ ବିଲ୍‌ ଆଗତ କରାଯିବ।