ପୁଣି ଘୁଞ୍ଚିଲା ଅଯୋଧ୍ୟା ଶୁଣାଣି, ଖଣ୍ଡପୀଠରୁ ଓହରିଲେ ଯଷ୍ଟିସ ଲଲିତ

ନୂଆଦିଲ୍ଲୀ, ୧୦/୧ : ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି- ବାବରୀ ମସଜିତ ବିବାଦରେ ଆଗତ ଏକାଧିକ ପିଟିଶନର ଶୁଣାଣିକୁ ପୁଣି ଥରେ ସ୍ଥଗିତ ରଖାଯାଇଛି । ଆଜି ମାମଲାର ଶୁଣାଣି ୫ ଜଣିଆ ଖଣ୍ଡପୀଠରେ ହେବାକୁ ଥିବା ବେଳେ ଏହାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୯ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।
ସାମ୍ବିଧାନିକ ଖଣ୍ଡପୀଠରେ ରହିଥିବା ଯଷ୍ଟିସ ୟୁୟୁ ଲଲିତଙ୍କୁ ନେଇ ମୁସଲିମ ପକ୍ଷକାର ତଥା ବରିଷ୍ଠ ଓକିଲ ରାଜିବ ଧୱାନ ଆପତ୍ତି ଦର୍ଶାଇଥିଲେ । ଜଷ୍ଟିସ୍‌ ୟୁୟୁ ଲଳିତ ଅଯୋଧ୍ୟା ବିବାଦ ସହ ଜଡ଼ିତ ମାମଲାରେ ପୂର୍ବରୁ ଓକିଲ ଭାବେ କାର୍ୟ୍ୟ କରୁଥିଲେଛ ତେଣୁ ସେ ଏହାର ଶୁଣାଣି କରିବା ଠିକ୍‌ ହେବ ନାହିଁ ବୋଲି ଅଭିଯୋଗ କରିଥିଲେ । ଯାହା ଫଳରେ ଯଷ୍ଟିସ ଲଲିତ ନିଜ ଆଡୁ ଏହି ଖଣ୍ଡପୀଠରୁ ଓହରି ଯାଇଛନ୍ତି ।
ତେବେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗାଇ କହିଛନ୍ତି, ମାମଲାର ସୁଣାଣି ପାଇଁ ନୂଆ ଖଣ୍ଡପୀଠର ଗଠନ କରାଯିବ ଏବଂ ଆସନ୍ତା ଜାନୁଆରୀରେ ୨୯ ରେ ଏହାର ସୁଣାଣି ହେବ ।
ଯଷ୍ଟିସ ୟୁୟୁ ଲଲିତ ସୁଣାଣି କରୁଥିବା ଏହି ଖଣ୍ଡପୀଠରୁ ଓହରି ଯିବା ପରେ ବର୍ତ୍ତମାନ ଏଥିରେ ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଜଷ୍ଟିସ୍‌ ଏନ୍‌ଭିି ରମଣ ଓ ଜଷ୍ଟିସ୍‌ ଜିୱାଇ ଚନ୍ଦ୍ରଚୂଡ଼ ରହିଛନ୍ତି । ଏଥିରେ କୌଣସି ମୁସଲମାନ ବିଚାରପତି ନାହାନ୍ତି ।
ସୂଚନା ଯୋଗ୍ୟ ଯେ, ଅଯୋଧ୍ୟାର ୨.୭୭ ଏକର ବିବାଦୀୟ ଜମିକୁ ଦିଅଁ ରାମ ଲାଲ୍ଲା, ର୍ନିମୋହି ଆଖଡ଼ା ଏବଂ ସୁନ୍ନି ୱାକଫ୍‌ ବୋର୍ଡ- ଏହି ତିନି ପକ୍ଷ ମଧ୍ୟରେ ସମାନ ଭାଗରେ ବଣ୍ଟନ କରିବାକୁ ଅଲ୍ଲାହାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ରାୟକୁ ବିଭିନ୍ନ ସଂଗଠନ ପକ୍ଷରୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟ ଗତ ଅକେଫାବର ୨୯ ରେ ଏହି ମାମଲାର ସୁଣାଣି କରି ଜାନୁଆରୀ ପ୍ରଥମ ସପ୍ତାହରେ ଉପଯୁକ୍ତ ଖଣ୍ଡପୀଠରେ ଏହାର ଶୁଣାଣି ହେବ ବୋଲି ସ୍ଥିର କରିଥିଲେ । ଏହା ପରେ ମାମଲାର ଶୁଣାଣି । ଜଣିଆ ଖଣ୍ଡପୀଠ ଜାନୁଆରୀ ୧୦ ରେ କରିବ ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।