ବୁଲନ୍ଦସହର ହିଂସା: ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଶିଖର ଅଗ୍ରୱାଲ ଗିରଫ

ବୁଲନ୍ଦସହର, ୧୦/୧ : ଉତ୍ତର-ପ୍ରଦେଶର ବୁଲନ୍ଦସହର ହିଂସା ମାମଲାର ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଶିଖର ଅଗ୍ରୱାଲଙ୍କୁ ପୋଲିସ ଗିରଫ କରିଛି । ଶିଖର ଅଗ୍ରୱାଲ ବିଜେପି ଯୁବ ମୋର୍ଚ୍ଚାର ସ୍ଥାନା ନଗର ଅଧ୍ୟକ୍ଷ ଅଟନ୍ତି । ଏହି ହିଂସାକାଣ୍ଡ ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଶିଖରଙ୍କୁ ବୁଧବାର ମଧ୍ୟ ରାତ୍ରିରେ ପୋଲିସ ହାପୁଡରେ ଗିରଫ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡ ଏବଂ ହିଂସା ଘଟଣାରେ ପୋଲିସ ୩୬ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ଅନ୍ୟ ୫୧ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ଗତ ଡିସେମ୍ବର ୩ ତାରିଖରେ ବୁଲନ୍ଦସହରର ସ୍ଥାନା ଅଞ୍ଚଳରେ ଗୋ ହତ୍ୟାକୁ ନେଇ ହିଂସା କାଣ୍ଡ ଘଟିଥିଲା । ଏହି ହିଂସାରେ ଇନ୍ସପେକଫର ସୁବୋଧ କୁମାର ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହିଂସା ପରେ ଅଭିଯୁକ୍ତ ଶିଖର ଅଗ୍ରୱାଲ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ସୋମବାର ମଧ୍ୟ ରାତ୍ରି ପୋର୍ଯ୍ୟନ୍ତ ପାଖାପାଖି ୧୨ ଟି ସ୍ଥାନରେ ଛାପା ମାରିବା ପରେ ଶିଖରକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା ।