ନୂଆଦିଲ୍ଲୀ, ୧୬/୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ ଦିଲ୍ଲୀ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହି ପଦବୀରେ ଥିବା ଅଜୟ ମାକେନ ଶୁକ୍ରବାର ଇସ୍ତଫା ଦେବା ପରେ ୮୦ବର୍ଷୀୟ ଶିଲା ତାଙ୍କ ସ୍ଥାନ ନେଇଛନ୍ତି। ନିକଟରେ କଂଗ୍ରେସ ଦିଲ୍ଲୀରେ ମୋଦି ଲହରକୁ ଅଟକାଇବା ପାଇଁ କ୍ଷମତାସୀନ ଆମ ଆଦମୀ ପାର୍ଟି ସହ ହାତ ମିଳିବାକୁ ମତ ଦେଇଥିଲା। ଏହାକୁ ଶିଲା ଦିକ୍ଷୀତ ସ୍ବାଗତ କରିଥିବାରୁ କଂଗ୍ରେସ ହାଇକମାଣ୍ଡ ଶିଲାଙ୍କୁ ଦିଲ୍ଲୀ ଦାୟିତ୍ୱ ଦେଇ ଏହି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଚାହୁଁଥିବା ଏହି ସୂତ୍ରରେ କୁହାଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ଓ ଆପ ମେଣ୍ଟକୁ ପୂର୍ବତନ କଂଗ୍ରେସ ମୁଖ୍ୟ ମାକେନ ବିରୋଧ କରୁଥିଲେ। ଏହାକୁ ନେଇ ହାଇମାଣ୍ଡ ଓ ମାକେନଙ୍କ ମଧ୍ୟରେ ଶୀତଳଯୁଦ୍ଧ ସୃଷ୍ଟି ହୋଇଥିଲା। ସେବେଠାରୁ ମାକେନ ପଦ ଛାଡିଥିବା କୁହାଯାଇଛି।